ମାୟାବତୀଙ୍କୁ ଶକ୍ତ ଝଟ୍‌କା, ଦଳର ସମସ୍ତ ୬ ବିଧାୟକ କଂଗ୍ରେସରେ ମିଶିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 16, 2019

ମାୟାବତୀଙ୍କୁ ଶକ୍ତ ଝଟ୍‌କା, ଦଳର ସମସ୍ତ ୬ ବିଧାୟକ କଂଗ୍ରେସରେ ମିଶିଲେ

ଜୟପୁର: ଆଉ କଂଗ୍ରେସକୁ ସରକାର ଭାଙ୍ଗିବାର ଧମକ ଦେଇପାରିବେନି ବିଏସ୍‌ପି ସୁପ୍ରିମୋ ମାୟାବତୀ। କାରଣ ରାଜସ୍ଥାନରେ ବିଏସ୍‌ପିର ୬ ଜଣ ଯାକ ବିଧାୟକ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ବିଧାୟକମାନେ ପ୍ରଥମେ ରାଜସ୍ଥାନ ବିଧାନସଭା ବାଚସ୍ପତିଙ୍କୁ ଭେଟିଥିଲେ। ଏହାପରେ ସେମାନେ କଂଗ୍ରେସରେ ବିଲୀନ ହେବାକୁ ଚାହୁଁଥିବା ତାଙ୍କୁ ଜଣାଇଥିଲେ। ବାଚସ୍ପତିଙ୍କ ଅନୁମତିକ୍ରମେ ସମସ୍ତେ କଂଗ୍ରେସରେ ସାମିଲ ହୋଇଛନ୍ତି।

ବିଏସ୍‌ପି ଓ କଂଗ୍ରେସ ମଧ୍ୟରେ ତିକ୍ତତା ଲାଗି ରହିଥିଲେ ହେଁ ଏହି ୬ ଜଣ ଯାକ ବିଧାୟକ ରାଜସ୍ଥାନରେ କ୍ଷମତାସୀନ ଅଶୋକ ଗେହଲଟଙ୍କ ସରକାରଙ୍କୁ ବାହ୍ୟ ସମର୍ଥନ ଯୋଗାଇ ଦେଉଥିଲେ। ଏବେ ସେମାନେ ଏକତ୍ରିତ ଭାବେ କଂଗ୍ରେସରେ ସାମିଲ ହୋଇଥିବାରୁ ଦଳ ବଦଳ ନିରୋଧ ଆଇନ୍‌ ମଧ୍ୟ ସେମାନଙ୍କ ଉପରେ ଲାଗୁ ହେବନାହିଁ।

ଏହି ଦଳ ଡିଆଁ ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବାକୁ ମଧ୍ୟ ରାଜସ୍ଥାନ ସରକାର କସରତ ଆରମ୍ଭ କରିଛନ୍ତି। ତେଣୁ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ଗେହଲଟ କ୍ୟାବିନେଟ୍‌ ସଂପ୍ରସାରଣ ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।

ରାଜସ୍ଥାନର ୨୦୦ଟି ବିଧାନସଭା ଆସନରୁ କଂଗ୍ରେସ ୧୦୦ଟିରେ ବାଜିମାତ କରିଥିଲା। ତେବେ ୧୨ ଜଣ ସ୍ୱାଧୀନ ଓ ୬ ଜଣ ବିଏସ୍‌ପି ବିଧାୟକ କଂଗ୍ରେସକୁ ସମର୍ଥନ କରୁଥିଲେ। ପୂର୍ବରୁ ୧୨ ଜଣ ଯାକ ବିଧାୟକ କଂଗ୍ରେସରେ ସାମିଲ ହୋଇଥିଲେ। ଏବେ ୬ ଜଣ ବିଏସ୍‌ପି ବିଧାୟକ ମଧ୍ୟ ହାତ ଧରିଛନ୍ତି। ତେଣୁ ରାଜସ୍ଥାନରେ କଂଗ୍ରେସର ଆସନ ସଂଖ୍ୟା ୧୧୮ରେ ପହଞ୍ଚି ଯାଇଛି।



from Odisha Reporter https://ift.tt/3066JAe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages