ଉଦଳା (ମାନସ ପାଣି): ପୁଣି ସାମ୍ନାକୁ ଆସିଲା ଡାକ୍ତରଖାନାରେ ଝଡ଼ାଫୁଙ୍କା ଘଟଣାର ଚିତ୍ର । ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଆର ସହାୟତା ନେଇଥିବା ଦେଖିବାକୁ ମିଳିଛି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ। ମେଡ଼ିକାଲ କର୍ମଚାରୀ ଓ ପୁଲିସ୍ ଉପସ୍ଥିତିରେ ଏସବୁ ଘଟଣା ଘଟି ଚାଲିଥିଲେ ବି ସେମାନେ ସାଜିଥିଲେ ନୀରବଦ୍ରଷ୍ଟା।
କାଠପାଳ ଗାଁର ଆରତୀ ମାଝୀଙ୍କୁ ଗତକାଲି ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ମାତ୍ର ଆରତୀଙ୍କୁ ବଞ୍ଚାଇବା ଆଶାରେ ପରିବାର ଲୋକେ ରାତି ପ୍ରାୟ ୧୦ଟାରେ ଗୁଣିଆ ଡକାଇ ଝଡ଼ାଫୁଙ୍କା କରାଇଥିଲେ । ପ୍ରାୟ ଅଧ ଘଣ୍ଟା କାଳ ଏପରି ଝଡ଼ାଫୁଙ୍କା ଚାଲିଥିଲା। ଶେଷରେ ଗୁଣିଆ ଫେରି ଯାଇଥିଲା। ଆଜି ମୃତଦେହର ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି।
from Odisha Reporter https://ift.tt/32Parv1
No comments:
Post a Comment