କଟକ: କଟକରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ କାର୍ତ୍ତିକ ବାରିକ। କଟକ ଆଲାମଚାନ୍ଦ ବଜାରରେ ତାଙ୍କ ଘର। ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି।
ନଣ୍ଡା ନାମକ ଜଣେ ଯୁବକ ତାଙ୍କ ଭାଇଙ୍କୁ ହତ୍ୟା କରିଛି ବୋଲି ମୃତ କାର୍ତ୍ତିକଙ୍କ ଭାଇ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, କାର୍ତ୍ତିକ ଘର ପାଖ ଦୋକାନକୁ ଚା’ ଆଣିବାକୁ ଯାଇଥିବା ବେଳେ ନଣ୍ଡା ତାଙ୍କୁ ଛୁରାମାଡ଼ କରିଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ପୂର୍ବରୁ ଥରେ ନଣ୍ଡା ସହ କାର୍ତ୍ତିକଙ୍କ ବଚସା ହୋଇଥିଲା। ପରେ ଆପୋଷ ବୁଝାମଣା ହୋଇ ସମସ୍ୟାର ସମାଧାନ ହୋଇଥିଲା। ତେବେ ସେହି ଶତ୍ରୁତାକୁ କେନ୍ଦ୍ର କରି କାର୍ତ୍ତିକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ଏନେଇ କାର୍ତ୍ତିକଙ୍କ ପରିବାର ଲୋକେ ଲାଲବାଗ ଥାନାରେ ଏତଲା ଦେଇଛନ୍ତି।
ଅନ୍ୟପକ୍ଷରେ ଏହି ଘଟଣା ପରେ ନଣ୍ଡା ଫେରାର ହୋଇଯାଇଥିବା ଜଣାପଡ଼ିଛି।
from Odisha Reporter https://ift.tt/2At9lsL
No comments:
Post a Comment