ମୋଦିଙ୍କ ଅବକି ବାର ଟ୍ରମ୍ପ ସରକାର ନାରା ଉପରେ ଜୟଶଙ୍କରଙ୍କ ସ୍ପଷ୍ଟୀକରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 30, 2019

ମୋଦିଙ୍କ ଅବକି ବାର ଟ୍ରମ୍ପ ସରକାର ନାରା ଉପରେ ଜୟଶଙ୍କରଙ୍କ ସ୍ପଷ୍ଟୀକରଣ

ୱାଶିଂଟନ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାଇଁ ପ୍ରଚାର କରୁଥିବା ଅଭିଯୋଗକୁ ଆଜି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଖଣ୍ଡନ କରିଛନ୍ତି। ମୋଦି ଅବକି ବାର ଟ୍ରମ୍ପ ସରକାର ନାରା ଆମେରିକାରେ ଦେଇଥିଲେ ହେଁ ଏହାକୁ ଜୟଶଙ୍କର ଅଗ୍ରାହ୍ୟ କରିଦେଇଛନ୍ତି। ମୋଦି ଭାଷଣ ବେଳେ କୌଣସି ପ୍ରକାରର ଟ୍ରମ୍ପଙ୍କ ପ୍ରଚାର କରିନାହାନ୍ତି ବୋଲି ସେ କହିଛନ୍ତି।

ଆମେରିକା ହ୍ୟୁଷ୍ଟନରେ ଚାଲିଥିବା ହାୱଡି ମୋଦି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦ ହଜାର ଲୋକଙ୍କୁ ଉଦ୍‌ବୋଧନ ଦେବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସପକ୍ଷରେ ପ୍ରଚାର କରିଥିବା ଅଭିଯୋଗ ହୋଇଥିଲା। ମୋଦି ଭାଷଣ ଦେବା ବେଳେ ଅବକି ବାର ଟ୍ରମ୍ପ ସରକାର ବୋଲି କହିଥିବାରୁ ଏହାକୁ ଢାଲ କରି କଂଗ୍ରେସ କ୍ଷମତାସୀନ ବିଜେପିକୁ ଟାର୍ଗେଟ କରିଥିଲା।

ଏବେ ଆମେରିକା ଗସ୍ତରେ ଥିବା ଜୟଶଙ୍କର କହିଛନ୍ତି, “ମୋଦି କୌଣସି ପ୍ରକାରର ଅବକି ବାର ଟ୍ରମ୍ପ ସରକାର କହି ଆମେରିକା ନିର୍ବାଚନ ପାଇଁ ପ୍ରଚାର କରିନାହାନ୍ତି। ୨୦୧୬ ନିର୍ବାଚନ ବେଳେ ଟ୍ରମ୍ପ ନିଜେ ଏଭଳି ସ୍ଲୋଗାନ ଦେଇଥିଲେ। ହାୱଡି ମୋଦି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ସେହି କଥା କହିଥିଲେ। ଏହାକୁ ଭୁଲ ଭାବେ ଉପସ୍ଥାପନ କରାଯାଉଛି। ଭାରତ କୌଣସି ପ୍ରକାରରେ ଅନ୍ୟ ଦେଶର ଆଭ୍ୟନ୍ତରୀଣ ରାଜନୀତିରେ ହସ୍ତକ୍ଷେପ କରେନାହିଁ। ଆମେରିକାର ନିର୍ବାଚନ ସେଠାକାର ରାଜନୀତିକ ଦଳଗୁଡ଼ିକ ଉପରେ ନିର୍ଭରେ କରେ। ଏହା ଆମ ଦେଶର ରାଜନୀତି ନୁହେଁ।

ପ୍ରଧାନମନ୍ତ୍ରୀ ମୋଦି ସେଦିନ ଯାହା କହିଥିଲେ, ସେକଥାକୁ ଭଲ ଭାବେ ତର୍ଜମା କରିବା ଦରକାର। ମୋଦି କେବଳ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଥିବା ବେଳେ ଯେଉଁ ନାରା ଦେଇଥିଲେ, ସେକଥାକୁ ଦୋହରାଇଥିଲେ। ସେ କେବେ ହେଲେ ଟ୍ରମ୍ପଙ୍କୁ ଭୋଟ ଦେଇ ଜିତାଅ ବୋଲି କହିନାହାନ୍ତି। ଏହାକୁ ଆମେ ଭୁଲ ଭାବେ ତର୍ଜମା କରିଛେ। ମୋଦି କ’ଣ କୁହନ୍ତି, ସେକଥା ସେ ଭଲ ଭାବେ ଜାଣନ୍ତି। ସେ କେବେ ହେଲେ ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ପ୍ରଚାର କରିନାହାନ୍ତି।”

ହାୱଡି ମୋଦି କାର୍ଯ୍ୟକ୍ରମରେ ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଯୋଗଦେଇଥିଲେ। ଉଭୟ ଏହି କାର୍ଯ୍ୟକ୍ରମରେ ପରସ୍ପରକୁ ପ୍ରଶଂସାରେ ପୋତି ପକାଇଥିଲେ।



from Odisha Reporter https://ift.tt/2mz89Rq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages