ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବ୍କି ବାର ଟ୍ରମ୍ପ ସରକାର ସ୍ଲୋଗାନକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଥିବା ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ତୀବ୍ର ସାମଲୋଚନା କରିଛନ୍ତି। ଏଥିସହ ସେ ମୋଦିଙ୍କ କୂଟନୀତିକ ସମ୍ପର୍କକୁ ମଧ୍ୟ ଟାର୍ଗେଟ କରିଛନ୍ତି।
ମୋଦି ସେପ୍ଟେମ୍ବର ୨୨ରେ ଆମେରିକାର ହ୍ୟୁଷ୍ଟନରେ ଆୟୋଜିତ ହାୱଡି ମୋଦି କାର୍ଯ୍ୟକ୍ରମରେ ଅବକି ବାର ଟ୍ରମ୍ପ ସରକାର କହିଥିଲେ। ତେବେ ଏଭଳି ନାରା ଦେଇ ମୋଦି କୌଣସି ପ୍ରକାରର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଚାର କରିନାହାନ୍ତି ଏବଂ ଏହାକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ଜୟଶଙ୍କର ଆଜି ସ୍ପଷ୍ଟୀକରଣ ଦେଇଥିଲେ।
ତେବେ ରାହୁଲ ଗାନ୍ଧି ଏହି ପ୍ରସଙ୍ଗରେ ଟ୍ୱିଟ କରି ଜୟଶଙ୍କର ଓ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଥିବାରୁ ଜୟଶଙ୍କରଜୀ ଆପଣଙ୍କୁ ଧନ୍ୟବାଦ। ଟ୍ରମ୍ପଙ୍କ ପାଇଁ ତାଙ୍କର ଏଭଳି ପ୍ରଚାର ଡେମୋକ୍ରାଟିକ ପାର୍ଟି ସହ ଭାରତର ସମ୍ପର୍କକୁ ଖରାପ କରିବ। ମୁଁ ଭାବୁଛି ଆପଣଙ୍କ ହସ୍ତକ୍ଷେପ ଦ୍ୱାରା ଏହି ସମସ୍ୟା ଦୂର ହୋଇପାରିବ। ଯଦି ଆପଣ ଏଥିରେ ହସ୍ତକ୍ଷେପ କରୁଛନ୍ତି, ତା’ହେଲେ ଦୟାକରି ଆପଣ ମୋଦିଜୀଙ୍କୁ କୂଟନୀତିକ ସମ୍ପର୍କ କେମିତି ସ୍ଥାପନ କରିବାକୁ ହୁଏ, ସେକଥା ଥରେ ବୁଝାଇ ଦିଅନ୍ତୁ।”
from Odisha Reporter https://ift.tt/2oSpSEf
No comments:
Post a Comment