ଟ୍ୟୁସନ୍‌ରୁ ଘରକୁ ଫେରୁଥିଲା ଝିଅ; ମାଡ଼ିଗଲା ଟ୍ୟାଙ୍କର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 17, 2019

ଟ୍ୟୁସନ୍‌ରୁ ଘରକୁ ଫେରୁଥିଲା ଝିଅ; ମାଡ଼ିଗଲା ଟ୍ୟାଙ୍କର୍‌

ପାରାଦୀପ (ରମାକାନ୍ତ ନାୟକ): ସକାଳେ ଘରୁ ବାହାରି ଟ୍ୟୁସ୍‌ନ ଯାଇଥିଲା ଝିଅ। ଫେରିଥିଲେ ସ୍କୁଲ ଯାଇଥାନ୍ତା। ହେଲେ ଟ୍ୟୁସନ୍‌ ସାରି ଝିଅ ଘରମୁହାଁ ହୋଇଥିବା ବେଳେ ବାଟରେ ଚଢ଼ିଗଲା ଟ୍ୟାଙ୍କର୍‌ । ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ କଟକ-ପାରାଦୀପ ରାସ୍ତାର ପଙ୍କପାଳଠାରେ ଘଟି ଯାଇଛି। ଏହାପୂର୍ବରୁ ଟ୍ୟାଙ୍କରଟି ଉକ୍ତ ରାସ୍ତାରେ ଯାଉଥିବା ଏକ ବାଇକ୍‌କୁ ମଧ୍ୟ ଧକ୍କା ଦେଇଥିଲା। ଏଥିରେ୨ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି।

ମୃତା ଛାତ୍ରୀଙ୍କ ନାମ ପୂର୍ଣ୍ଣିମା ବେହେରା। ତାଙ୍କ ଘର କୁଜଙ୍ଗ ବ୍ଲକ ମନ୍ତ୍ରୀପାଟଣା ଗାଁରେ। ସେ ପଙ୍କପାଳ ହାଇସ୍କୁଲ ନବମ ଶ୍ରେଣୀରେ ପଢ଼ୁଥିଲେ। ପୂର୍ଣ୍ଣିମା ସକାଳେ ଟ୍ୟୁସନ୍‌ ଯାଇ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଗଲା।

ଗୁରୁତରଦ୍ୱୟଙ୍କୁ ପ୍ରଥମେ ମଣିଜଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଟ୍ୟାଙ୍କର ସହିତ ସେଥିରେ ଥିବା ୪ ଜଣଙ୍କୁ ଅଟକ ରଖି କଟକ-ପାରାଦୀପ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ତେବେ ଟ୍ୟାଙ୍କରରେ ଥିବା ୪ ଜଣ ନିଶାଶକ୍ତ ଅବସ୍ଥାରେ ଥିବା ଅଭିଯୋଗ ଆଣି ସେମାନଙ୍କୁ ଏକ ଘରେ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ ।

ଘଟଣାସ୍ଥଳରେ କୁଜଙ୍ଗ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଆଇଆଇସି ଦିଲୀପ କୁମାର ସାହୁ  ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।  ମୃତକ ଓ ଗୁରୁତରଙ୍କ ପରିବାରକୁ କ୍ଷତିପୂରଣ, ଡ୍ରାଇଭରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଆଦି ଦାବି ନେଇ ଲୋକେ ରାସ୍ତାରୋକ କରିଛନ୍ତି।



from Odisha Reporter https://ift.tt/2QgDc2j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages