ଏହି ଓଡ଼ିଆ ଗୀତ ଗାଇବା ପାଇଁ ସଙ୍ଗେ ସଙ୍ଗେ ରାଜି ହୋଇଯାଇଥିଲେ ଉଦିତ୍‌ ନାରାୟଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 18, 2019

ଏହି ଓଡ଼ିଆ ଗୀତ ଗାଇବା ପାଇଁ ସଙ୍ଗେ ସଙ୍ଗେ ରାଜି ହୋଇଯାଇଥିଲେ ଉଦିତ୍‌ ନାରାୟଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଗାୟକ ଉଦିତ୍‌ ନାରାୟଣ ଅନେକ ଓଡ଼ିଆ ଗୀତ ବି ଗାଇଛନ୍ତି।  ‘ପଲକେ ନୂଆ ସପନ’, ‘ମତେ ପ୍ରେମ ହେଇଗଲା’, ‘ଓଲେ ଓଲେ ଦିଲ୍‌ ବୋଲେ’ ଓ ‘ଛାତିରେ ଲେଖିଛି ତୋରି ନାଁ’ ପରି ଓଡ଼ିଆ ହିଟ୍‌ ଗୀତ ସେ ଗାଇଛନ୍ତି। କୁହାଯାଏ, ଉଦିତ୍‌ ନାରାୟଣ ବାଛିବାଛି ଗୀତ ଗାଆନ୍ତି। କିନ୍ତୁ ଗୀତ ଭଲ ହୋଇଥିଲେ ସେ ସଙ୍ଗେ ସଙ୍ଗେ ରେକର୍ଡିଂ କରିବାକୁ ରାଜି ହୋଇଯା’ନ୍ତି। ସେମିତି ଏକ ଓଡ଼ିଆ ଗୀତ ହେଉଛି ‘ହାଏ ତୋ ପ୍ରେମର ରଙ୍ଗୋଲି…’। ଏ ଗୀତଟିକୁ ସେ ଶୁଣୁ ଶୁଣୁ ଗାଇବା ପାଇଁ ରାଜି ହୋଇଯାଇଥିଲେ।

ଏହି ରୋମାଣ୍ଟିକ୍ ଗୀତଟି ‘ବ୍ଲାକମେଲ୍‌’ ଫିଲ୍ମର। ଏହି ଗୀତର ରେକର୍ଡିଂ ପାଇଁ ପୂରା ଟିମ୍ ମୁମ୍ବାଇ ଯାଇଥିଲା। ଆଉ ସେଠାରେ ଏହି ଗୀତ ଗାଇବାକୁ ଉଦିତ୍‌ ନାରାୟଣଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ସେ ରେକର୍ଡିଂ ଷ୍ଟୁଡିଓକୁ ଆସି ପ୍ରଥମେ ଗୀତଟିକୁ ଶୁଣିଥିଲେ। ଗୀତଟି ତାଙ୍କୁ ଖୁବ୍‌ ପସନ୍ଦ ଆସିଲା। ସେ ଗୀତଟିକୁ ସେଠାରେ ସଙ୍ଗେ ସଙ୍ଗେ ରେକର୍ଡିଂ କରିବାକୁ କହିଥିଲେ। ଏପରିକି ସେହି ଦିନ ସେହି ସମୟରେ ଗୀତଟିକୁ ନ ଗାଇଲେ ପରେ ଏ ଗୀତକୁ ଗାଇବା ପାଇଁ ଯେଉଁ ମୁଡ୍‌ ରହିବା ଦରକାର, ତାହା ନ ରହି ପାରେ ବୋଲି କହିଥିଲେ।

ଏହା ସହିତ ଏହି ଗୀତ ପାଇଁ ମ୍ୟୁଜିକ୍ ଦେଇଥିବା ପ୍ରେମାନନ୍ଦଙ୍କୁ ଉଦିତ୍ ନାରାୟଣ ବହୁତ ପ୍ରଶଂସା କରିଥିଲେ। ଏହି ଗୀତକୁ ଉଦିତ୍‌ ନାରାୟଣ ଓ ଦିପ୍ତୀରେଖା ଗାଇଛନ୍ତି। ଗୀତଟିକୁ ବହୁ ଲୋକ ପସନ୍ଦ କରିଛନ୍ତି। ୟୁଟ୍ୟୁବ୍‌ରେ ଏହି ଗୀତର ଅଡିଓକୁ ୨୫ମିଲିୟନ୍‌ରୁ ଅଧିକ ଥର ଶୁଣାଯାଇଥିବା ବେଳେ ଭିଡିଓଟିକୁ ୪୦ ମିଲିୟନ୍‌ରୁ ଅଧିକ ଥର ଦେଖାଯାଇଛି।



from Odisha Reporter https://ift.tt/34Q94hE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages