କାହାକୁ ବେଶୀ ଭୟ କରନ୍ତି ତପୁ ମିଶ୍ର ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 14, 2019

କାହାକୁ ବେଶୀ ଭୟ କରନ୍ତି ତପୁ ମିଶ୍ର ?

ଭୁବନେଶ୍ୱର(ଓଡିଶା ରିପୋର୍ଟକ): ଓଲିଉଡ୍‌ର ଜଣାଶୁଣା ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ହେଉଛନ୍ତି ତପୁ ମିଶ୍ର। ୧୯୯୯ରେ ‘ରକତ ଚିହ୍ନିଛି ନିଜର କିଏ’ ଫିଲ୍ମରେ ପ୍ଲେ-ବ୍ୟାକ୍‌ ସିଙ୍ଗର ମାଧ୍ୟମରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ଓଲିଉଡ୍‌କୁ ଅନେକ ହିଟ୍‌ ଗୀତ ଦେଇଛନ୍ତି ତପୁ। ନିକଟ ଅତୀତରେ ତପୁ ତାଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ବିବାହ କରି ଘର ସଂସାର ଆରମ୍ଭ କରିଥିବା ତପୁଙ୍କର କିନ୍ତୁ ଜଣଙ୍କ ପ୍ରତି ଭୟ ରହିଯାଇଛି।

ତପୁଙ୍କ କହିବା ଅନୁଯାୟୀ,ସେ ମଣିଷ ମାନଙ୍କୁ ନୁହେଁ, ଭଗବାନଙ୍କୁ ବହୁତ ଡରନ୍ତି। ସେ ଭାବନ୍ତି ମଣିଷ ମାନଙ୍କ ହାତରେ କୌଣସି ଶକ୍ତି ନଥାଏ। ସବୁ ଭୁଲ୍‌ ଠିକ୍‌ର ଉଚିତ ଜବାବ ଦେବାର ଶକ୍ତି କେବଳ ଭଗବାନଙ୍କ ପାଖରେ ଥାଏ। ତେଣୁ ସେ ଭଲ କର୍ମ କରିବାକୁ ସବୁବେଳେ ଚେଷ୍ଟା କରନ୍ତି। ତାଙ୍କ ଦ୍ୱାରା ହୋଇଥିବା ଭୁଲ୍‌ କାମ ପାଇଁ ଭଗବାନ ତାଙ୍କୁ ରାସ୍ତା ଦେଖାନ୍ତି ଏବଂ ଖରାପ କାମର ଦଣ୍ଡ ମଧ୍ୟ ଦିଅନ୍ତି। ତେଣୁ ସେ ଭୁଲ୍‌ କାମ କରିବାକୁ ଡରନ୍ତି । ଆଉ ସେଥିପାଇଁ ଭଗବାନଙ୍କୁ ଡରନ୍ତି।

ତପୁ ଫିଲ୍ମ ସହ ଆଲବମରେ ମଧ୍ୟ ଗୀତ ଗାଇଛନ୍ତି। ତପୁ ଗାଇଥିବା ଲୋକପ୍ରିୟ ଗୀତ ମଧ୍ୟରେ ‘ହାଏରେ ହାଏ ତୋ ଚେହେରା’, ‘ଇଷ୍କ ତୁ ହି ତୁ’, ‘ଲଭ୍‌ ୟୁ ନିଶା’, ‘ପ୍ୟାର୍‌ ଇଟସ୍‌ ଓନଲି ପ୍ୟାର୍‌’ ଅନ୍ୟତମ।



from Odisha Reporter https://ift.tt/2QaH1Gc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages