ଜିଲ୍ଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରିଲା ଜାଲିଆତି ଟଙ୍କା, ୬୦ ଲକ୍ଷ ଉଠାଇ ନେଇଥିଲେ ବ୍ୟାଙ୍କ ମ୍ୟାନେଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 14, 2019

ଜିଲ୍ଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରିଲା ଜାଲିଆତି ଟଙ୍କା, ୬୦ ଲକ୍ଷ ଉଠାଇ ନେଇଥିଲେ ବ୍ୟାଙ୍କ ମ୍ୟାନେଜର

ଅନୁଗୋଳ (ବିରଜା ଦାସ):ଅନୁଗୋଳ ଜିଲ୍ଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହେରଫେର ମାମଲାରେ ନୂଆ ଟ୍ୱିଷ୍ଟ। ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ଫେରି ଆସିଛି ସେହି ୬୦ ଲକ୍ଷ ଟଙ୍କା। ଏନେଇ ଓଟିଭିକୁ ସୂଚନା ଦେଇଛନ୍ତି ଜିଲ୍ଲାପାଳ ମନୋଜ ମହାନ୍ତି । ଜିଲ୍ଲାପାଳଙ୍କ ଅଭିଯୋଗ ଏବଂ ଏନେଇ ମାମଲା ଦାଏର ହେବା ପରେ ପୁରା ଟଙ୍କା ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ଅନୁଗୁଳ HDFC ବ୍ୟାଙ୍କ ଫେରାଇ ଦିଆଯାଇଥିବା ଜଣାପଡ଼ିଛି ।

ମନୋଜ ମହାନ୍ତିଙ୍କ ସୂଚନା ଅନୁସାରେ ୨୦୧୭-୧୮ରେ ତତ୍କାଳୀନ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲ୍ କରାଯାଇ ୬୦ ଲକ୍ଷ ଟଙ୍କା ନଗଦ ଉଠାଯାଇଥିଲା । ଏକ ଘରୋଇ କମ୍ପାନୀ ତାର CSR ପାଇଁ ଏହି ଟଙ୍କା ଜମା କରିଥିଲା । ଅଭିଯୋଗ ଅନୁସାରେ ତତ୍କାଳୀନ ବ୍ୟାଙ୍କ ମ୍ୟାନେଜର ଶକ୍ତିବେଦାନ୍ତ ଦାସ ଜାଲ୍ ଦସ୍ତଖତ କରି ଟଙ୍କା ଉଠାଇ ନେଇଥିଲେ।

ଅନୁଗୁଳ HDFC ବ୍ୟାଙ୍କରେ ହୋଇଥିଲା ଏହି ଜାଲିଆତି।  ଏହି ମାମଲାରେ ଶକ୍ତିବେଦାନ୍ତ ଦାସଙ୍କୁ ଗିରଫ କରାଯାଇଛି। ସେ ଅନୁଗୁଳ HDFC ବ୍ୟାଙ୍କରୁ ୬୦ ଲକ୍ଷ ଟଙ୍କା ନେବା ପରେ ସେହି ଚାକିରି ଛାଡ଼ି ଦେଇଥିଲେ।  ତା’ପରେ ଭୁବନେଶ୍ୱରର HDFC ବ୍ୟାଙ୍କରେ ଯୋଗ ଦେଇଥିଲେ। ତାଙ୍କ ଘର ଭୁବନେଶ୍ୱର ଲିଙ୍ଗରାଜ ଥାନା ଅନ୍ତର୍ଗତ ନାଗେଶ୍ୱର ଟାଙ୍ଗୀ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ବି.ଦ୍ର.-ଉପରେ ପ୍ରକାଶ ପାଇଥିବା ଫଟୋ ହେଉଛି ତତ୍କାଳୀନ ବ୍ୟାଙ୍କ ମ୍ୟାନେଜର ଶକ୍ତିବେଦାନ୍ତ ଦାସ। ତାଙ୍କୁ ଗିରଫ କରାଯାଇଛି।



from Odisha Reporter https://ift.tt/32HIwNG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages