କୋର୍ଟରେ କ୍ୟାଭିଟ୍‌ ଦାଖଲ କଲେ ରାଜୀବ କୁମାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 18, 2019

କୋର୍ଟରେ କ୍ୟାଭିଟ୍‌ ଦାଖଲ କଲେ ରାଜୀବ କୁମାର

କୋଲକାତା: ଶରଧା ଚିଟଫଣ୍ଡ ମାମଲାରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଫସିଥିବା କୋଲକାତାର ପୂର୍ବତନ ପୁଲିସ କମିଶନର ଆଜି ଅଲ୍ଲିପୁର ଜିଲ୍ଲା କୋର୍ଟରେ କ୍ୟାଭିଟ୍‌ ଦାଖଲ କରିଛନ୍ତି। ଯଦି ସିବିଆଇ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ୱାନା ଜାରି କରିବା ପାଇଁ କୋର୍ଟରେ ଆବେଦନ କରିବ ତାହେଲେ ଏବେ ତାଙ୍କ ପକ୍ଷ କୋର୍ଟ ଶୁଣିବାକୁ ବାଧ୍ୟ ବୋଲି ରାଜୀବ କୁମାର କହିଛନ୍ତି।

ଗତ ସେପ୍ଟେମ୍ୱର ୧୪ରେ ରାଜୀବ କୁମାରଙ୍କୁ ସକାଳ ୧୦ଟା ସୁଦ୍ଧା ସିବିଆଇ କୋଲକାତା ଅଫିସରେ ହାଜର ହେବା ପାଇଁ ନୋଟିସ୍ କରିଥିଲା। ହେଲେ ରାଜୀବ କୁମାର ହାଜର ହୋଇନଥିଲେ। ଏହାପରେ ସିବିଆଇ ତାଙ୍କୁ ଖୋଜୁଛି। ଅନ୍ୟପଟେ ପଶ୍ଚିମବଙ୍ଗ ପୁଲିସ୍ ମହାନିର୍ଦ୍ଦେଶକ ବୀରେନ୍ଦ୍ର ରାଜୀବ କୁମାରଙ୍କ ବାବଦରେ ସୂଚନା ଦେବାକୁ ଯାଇ ସିବିଆଇକୁ ଔପଚାରିକ ଭାବରେ କହିଛନ୍ତି ଯେ ରାଜୀବ କୁମାର ଏବେ ୨୫ ସେପ୍ଚେମ୍ୱର ଯାଏ ଛୁଟିରେ ଅଛନ୍ତି। ତାଙ୍କ ଫୋନ ବନ୍ଦ ରହିଛି। ତେଣୁ ସେ ଏବେ କେଉଁଠି ଅଛନ୍ତି ତାହା ଜଣା ପଡ଼ି ନାହିଁ।

କଲିକତା ହାଇକୋର୍ଟ ମେ ୩୦ରେ ରାଜୀବ କୁମାରଙ୍କୁ ଗିରଫଦାରୀରୁ ବର୍ତ୍ତିବା ପାଇଁ ସୁରକ୍ଷା ଯୋଗାଇ ଦେଇଥିଲେ। ଏହାପରେ ସେପ୍ଚେମ୍ୱର ୧୩ରେ ହାଇକୋର୍ଟ ତାଙ୍କ ସୁରକ୍ଷା ଆଦେଶକୁ ପ୍ରତ୍ୟାହାର କରି ନେଇଥିଲେ। ଏହାପରେ ରାଜୀବ କୁମାରଙ୍କ ଗିରଫ ଆଶଙ୍କା ବଢ଼ିଯାଇଛି।

ସୂଚନାଯୋଗ୍ୟ, ହାଇକୋର୍ଟ ରାଜୀବ କୁମାରଙ୍କ ସୁରକ୍ଷା ଆଦେଶ ପ୍ରତ୍ୟାହାର କରିବା ପରେ  ସିବିଆଇ ଯେଉଁ ନୋଟିସ୍ ରାଜୀବ କୁମାରଙ୍କୁ ଦେଇଛି ତାହା ତାଙ୍କ ସମ୍ପର୍କୀୟ ଗ୍ରହଣ କରିଛନ୍ତି। ସେ ବ୍ୟକ୍ତିଗତ ଭାବରେ ଗ୍ରହଣ କରି ନାହାନ୍ତି।

ଶରଧା ଚିଟଫଣ୍ଡର ଦୁର୍ନୀତି ଅଭିଯୋଗ ଆସିବା ପରେ ପଶ୍ଚିମବଙ୍ଗର ମମତା ସରକାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଯାହାର ନେତୃତ୍ୱ ସେତେବେଳେ ଆଇପିଏସ ଅଫିସର ରାଜୀବ କୁମାର ନେଇଥିଲେ। ତଦନ୍ତ ବେଳେ ରାଜୀବ କୁମାର ଅନେକ ଦୋଷୀଙ୍କ ବିରୋଧରେ ଥିବା ପ୍ରମାଣ ନଷ୍ଟ କରିଦେଇଥିବା ଅଭିଯୋଗ ରହିଛି। ସୁପ୍ରିମକୋର୍ଟ ଏହି ଦୁର୍ନୀତି ମାମଲାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେବା ପରେ ରାଜୀବ କୁମାରଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା।



from Odisha Reporter https://ift.tt/2Avn3M0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages