ରେଭେନ୍ସାରେ ରାଗିଂ ଘଟଣା: ରେଜିଷ୍ଟ୍ରାରଙ୍କୁ ଘେରିଲେ ଉତ୍ତ୍ୟକ୍ତ ଛାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 18, 2019

ରେଭେନ୍ସାରେ ରାଗିଂ ଘଟଣା: ରେଜିଷ୍ଟ୍ରାରଙ୍କୁ ଘେରିଲେ ଉତ୍ତ୍ୟକ୍ତ ଛାତ୍ର

କଟକ (ପ୍ରଭାତ ବିଶୋଇ ): କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜଣେ  ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର ରାଗିଂର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା।  ନିଜ ଜନ୍ମ ଦିନ ପାଳନ ବେଳେ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ର ତାଙ୍କୁ ରାଗିଂ କରିଥିବା ନେଇ ସେ ଅଭିଯୋଗ କରିଥିଲେ।  ଏହି ଘଟଣାରେ  ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୬ ଜଣ ଛାତ୍ରଙ୍କୁ ଇଷ୍ଟ ହଷ୍ଟେଲ୍‌ରୁ ବହିଷ୍କାର କରିଥିଲେ।  ମାତ୍ର ଉକ୍ତ ଛାତ୍ରମାନେ ଏହାର ପ୍ରତିବାଦ କରି  ଗତ ରାତିରେ ରେଜିଷ୍ଟ୍ରାର ଅଶୋକ ଦାସଙ୍କୁ ଘେରାଉ କରିଥିଲେ । ତାଙ୍କ ସହ  ଶୃଙ୍ଖଳା କମିଟିର  ୬ ସଦସ୍ୟଙ୍କୁ ମଧ୍ୟ ପ୍ରାୟ ଘଣ୍ଟେରୁ ଊର୍ଦ୍ଧ୍ୱ ସମୟ ଅଟକ ରଖିଥିଲେ।

ଖବର ପାଇ ମାଲଗୋଦାମ ଥାନା ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଙ୍କୁ ବୁଝାଶୁଝା କରିଥିଲେ। ଏହାପରେ ସେମାନେ ରେଜିଷ୍ଟ୍ରାରଙ୍କ ସହ ଅନ୍ୟ ସଦସ୍ୟଙ୍କୁ ଛାଡି ଦେଇଥିଲେ ।  ଆଜି ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚୁଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାଯାଇଛି।

 



from Odisha Reporter https://ift.tt/2Qf64YQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages