ଟିଏମସି, ସିପିଆଇ ଓ ଏନସିପିର ଜାତୀୟ ମାନ୍ୟତା ରଦ୍ଦ ନିଷ୍ପତ୍ତି ସାମାନ୍ୟ କୋହଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 16, 2019

ଟିଏମସି, ସିପିଆଇ ଓ ଏନସିପିର ଜାତୀୟ ମାନ୍ୟତା ରଦ୍ଦ ନିଷ୍ପତ୍ତି ସାମାନ୍ୟ କୋହଳ

ନୂଆଦିଲ୍ଲୀ: ନିକଟରେ ହେବାକୁ ଥିବା ତିନି ରାଜ୍ୟର ବିଧାନସଭା ନିର୍ବାଚନ ଯାଏ ତୃଣମୂଳ କଂଗ୍ରେସ(ଟିଏମସି), କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ), ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନସିପି) ଜାତୀୟ ମାନ୍ୟତା ହରାଇବେ ନାହିଁ। ଜାତୀୟ ନିର୍ବାଚନ କମିଶନଙ୍କ ପାଖରୁ ଏହି ସୂଚନା ମିଳିଛି। ଏହି ତିନି ଦଳ ନିକଟରେ ହୋଇଥିବା ସାଧାରଣ ନିର୍ବାଚନରେ ଜାତୀୟ ମାନ୍ୟତା ପାଇବା ପାଇଁ ଆବଶ୍ୟକ ଭୋଟ୍ ପାଇନଥିବାରୁ ଜୁନ ୧୯ରେ ନିର୍ବାଚନ ଆୟୋଗ ଏହି ସବୁ ଦଳଗୁଡ଼ିକୁ ଜବାବ ତଲବ କରିଥିଲେ । ଯେଉଁଥିରେ ଉଲ୍ଲେଖ ରହିଥିଲା କି ଯେହେତୁ ନିର୍ବାଚନରେ ସେମାନଙ୍କ ଦଳ ଆବଶ୍ୟକ ପ୍ରତିଶତରୁ କମ୍ ଭୋଟ୍ ପାଇଛି, ତେଣୁ କାହିଁକି ଦଳର ଜାତୀୟ ମାନ୍ୟତା ପ୍ରତ୍ୟାହାର ନହେବ।

ଏହାପରେ ଦଳଗୁଡ଼ିକ ଜବାବ ରଖି କହିଥିଲେ ୨୦୨୪ ଲୋକସଭା ନିର୍ବାଚନ ଯାଏ ନିର୍ବାଚନ ଆୟୋଗ ସେମାନଙ୍କର ଜାତୀୟ ମାନ୍ୟତା ନକାଟୁ। ପୂର୍ବରୁ ଅନେକ ଥର ନିର୍ବାଚନ ଆୟୋଗ ଦଳଗୁଡ଼ିକ ଉପରେ କଟକଣା କୋହଳ କରିଛନ୍ତି। ତେଣୁ ଏହି ଆଧାରରେ ସେମାନଙ୍କ ଦଳର ଜାତୀୟ ମାନ୍ୟତା ରଦ୍ଦ ନହେଉ ବୋଲି ଟିଏମସି, ସିପିଆଇ ଓ ଏନସିପି କହିଥିଲେ।

ନିର୍ବାଚନ ଆୟୋଗର ୧୯୬୮ ମସିହାରୁ ଅନୁସୃତ ନିୟମ ଅନୁଯାୟୀ ଯେଉଁ ଦଳ ଅତିକମରେ ୪ଟି ରାଜ୍ୟରେ ନିର୍ବାଚନ ଲଢ଼ିଥିବ ଏବଂ ୬ ପ୍ରତିଶତ ଭୋଟ୍ ପାଇଥିବ ଏବଂ  ଲୋକସଭା ନିର୍ବାଚନରେ ନ୍ୟୁନତମ ୨ ପ୍ରତିଶତ ଭୋଟ୍ ପାଇଥିବ ସେହି ଦଳଗୁଡ଼ିକ ଜାତୀୟ ମାନ୍ୟତା ପାଇବ। ଏବେ ଟିଏମସି, କଂଗ୍ରେସ, ବିଜେପି, ବିଏସପି, ସିପିଆଇ, ମାକପା, ଏନସିପି ଏବଂ ନ୍ୟାସନାଲ ପିପୁଲସ ପାର୍ଟି ଅଫ୍ ମେଘାଳୟ ଜାତୀୟ ଦଳର ମାନ୍ୟତା ପାଇଛନ୍ତି। ଯଦି ଟିଏମସି, ସିପିଆଇ ଓ ଏନସିପିର ଜାତୀୟ ମାନ୍ୟତା ନିର୍ବାଚନ ଆୟୋଗ ହଟାଇ ଦେବେ ତାହେଲେ ଦେଶର ଜାତୀୟ ମାନ୍ୟତା ପ୍ରାପ୍ତ ଦଳର ସଂଖ୍ୟା ୫କୁ ଖସି ଆସିବ।



from Odisha Reporter https://ift.tt/2Ni5irR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages