ପୀଡ଼ିତାଙ୍କ ବୟାନ ପରେ ଚିନ୍ମୟାନନ୍ଦ ହସ୍ପିଟାଲରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 19, 2019

ପୀଡ଼ିତାଙ୍କ ବୟାନ ପରେ ଚିନ୍ମୟାନନ୍ଦ ହସ୍ପିଟାଲରେ

ଶାହଜାହାନପୁର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଚିନ୍ମୟାନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ହେବାରୁ ସେ ଶାହଜାହାନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।

୭୩ ବର୍ଷୀୟ ଏହି ରାଜନେତା ଏବେ ତାଙ୍କ ମୁମୁକଶୁ ଆଶ୍ରମରେ ଚିକିତ୍ସିତ ହେଉଛନ୍ତି। ଏଥିପାଇଁ ଏକ ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି। ସୂଚନାଯୋଗ୍ୟ, ସେପ୍ଚେମ୍ୱର ୧୩ରେ ଚିନ୍ମୟାନନ୍ଦ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ସେପ୍ଚେମ୍ୱର ୧୬ରେ ଚିନ୍ମୟାନନ୍ଦଙ୍କ ବିରୋଧରେ କୋର୍ଟରେ ବୟାନ ଦେଇଥିଲେ ୨୩ ବର୍ଷୀୟ ପୀଡ଼ିତା। ୫ ଘଣ୍ଚା ଧରି କୋର୍ଟରେ ବୟାନ ଦେବା ପରେ କଡ଼ା ସୁରକ୍ଷା ମଧ୍ୟରେ ସେ ରହିଛନ୍ତି। କୋର୍ଟରେ ପୀଡ଼ିତାଙ୍କ ବୟାନ ପରେ ଚିନ୍ମୟାନନ୍ଦଙ୍କ ଗିରଫ ସମ୍ଭାବନା ବଢ଼ିଯାଇଛି।

ଚିନ୍ମୟାନନ୍ଦ ଉତ୍ତର ପ୍ରଦେଶରେ ଅନେକ ଆଶ୍ରମ ଚଳାଉଥିବା ସହିତ ଲ କଲେଜର ମାଲିକ। ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ପୀଡି଼ତା ହେଉଛନ୍ତି ତାଙ୍କ ଲ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ। ଚିନ୍ମୟାନନ୍ଦ ପୀଡ଼ିତାଙ୍କ ଗାଧୁଆ ଘରେ ସିସିଟିଭି କ୍ୟାମେରା ଲଗାଇ ତାଙ୍କର ଭିଡିଓ ପ୍ରସ୍ତୁତ କରି ବ୍ଲାକମେଲିଂ କରିଥିଲେ। ଏହାପରେ ତାଙ୍କ ଦେହ ମାଲିସ କରାଉଥିଲେ ପୀଡ଼ିତାଙ୍କ ଦ୍ୱାରା। ଏମିତିକି ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ।

ପୀଡି଼ତାଙ୍କ ଅଭିଯୋଗ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ହାଇପ୍ରୋଫାଇଲ୍ ଯୌନ ନିର୍ଯାତନା ମାମଲାର ତଦନ୍ତ ଏବେ ଏସଆଇଟି କରୁଛି। ତଦନ୍ତ ବେଳେ ପୀଡି଼ତା ଏସଆଇଟି ଟିମକୁ ସମସ୍ତ ପ୍ରମାଣ ଦେଇଛନ୍ତି। ଏମିତିକି ଚିନ୍ମୟାନନ୍ଦଙ୍କ ଦ୍ୱାରା ଅନେକ ପ୍ରମାଣ ପତ୍ର ନଷ୍ଟ କରି ଦିଆଯାଇଛି ବୋଲି ଜଣାପଡ଼ିଛି।



from Odisha Reporter https://ift.tt/34Ys8uj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages