ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ସାଲେପୁରରେ ଗତ ବର୍ଷ ହୋଇଥିବା ବହୁ ଚର୍ଚ୍ଚିତ ନାବାଲିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିୟୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। କଟକ ସ୍ପେଶାଲ ପୋକ୍ସୋ କୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।
ଗତବର୍ଷ ଏପ୍ରିଲ ୨୧ ତାରିଖରେ ସାଲେପୁର ଥାନା ଅଞ୍ଚଳର ଏକ ଗାଁରେ ଏହି ଘଟଣା ଘଟିଥିଲା। ଭାଇ ସହ ଖେଳୁଥିବା ଜଣେ ୬ ବର୍ଷର ନାବାଳିକାକୁ ଚକୋଲେଟ୍ର ପ୍ରଲୋଭନ ଦେଖାଇ ମୁସ୍ତାକ ନେଇ ଯାଇଥିଲା। ଏହାପରେ ସ୍କୁଲ ବାରଣ୍ଡାରେ ଦୁଷ୍କର୍ମ କରିଥିଲା । ଏହି ସମୟରେ ନାବାଳିକାଟି ଚିତ୍କାର କରିବାରୁ ସ୍କୁଲ କାନ୍ଥରେ ତା’ ମୁଣ୍ଡକୁ ପିଟି ଦେଇଥିଲା।
ଏହାପରେ ସଙ୍କଟାପନ୍ନ ଅବସ୍ଥାରେ ନାବାଳିକାକୁ ପରିବାର ଲୋକେ ଏସସିବିରେ ଭର୍ତ୍ତି କରିଥିଲେ। ସେଠାରେ ଦୀର୍ଘ ଦିନ ମୃତ୍ୟୁ ସହ ସଂଗ୍ରାମ କରି ଆଖି ବୁଜିଦେଇଥିଲା ପୀଡ଼ିତା। ସେହିଦିନ ରାତିରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ମାମଲାର ବିଚାର କରି ଘଟଣାର ୧୯ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିଥିଲା ପୁଲିସ୍ । ଶେଷରେ ୪୬ ଜଣ ସାକ୍ଷୀଙ୍କ ବୟାନ ନେବା ପରେ ଆଜି ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି କଟକ ସ୍ପେଶାଲ ପୋକ୍ସୋ କୋର୍ଟ ।
from Odisha Reporter https://ift.tt/2Qk881J
No comments:
Post a Comment