ଆତଙ୍କବାଦୀ ମାସୁଦ୍ ଆଝାରକୁ କାହିଁକି ଲୁଚେଇ ଜେଲରୁ ଛାଡ଼ିଲା ପାକିସ୍ତାନ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 8, 2019

ଆତଙ୍କବାଦୀ ମାସୁଦ୍ ଆଝାରକୁ କାହିଁକି ଲୁଚେଇ ଜେଲରୁ ଛାଡ଼ିଲା ପାକିସ୍ତାନ?

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚାଲିଥିବା ବେଳେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ଲୁଚେଇ ଜେଲରୁ ଛାଡ଼ିଛି ପାକିସ୍ତାନ। କଡ଼ା ସୁରକ୍ଷା ମଧ୍ୟରେ ଏହି ଆତଙ୍କବାଦୀକୁ ଜେଲରୁ ମୁକ୍ତ କରାଯାଇଛି। ଦୈନିକ ଇଂରାଜୀ ଖବରକାଗଜ ହିନ୍ଦୁସ୍ଥାନ ଟାଇମ୍ସ ଏହା ପ୍ରକାଶ କରିଛି। ତେବେ ଏଯାବତ ପାକିସ୍ତାନ ଗଣମାଧ୍ୟମରେ ଏନେଇ କୌଣସି ଖବର ନାହିଁ।

ଜୁଲାଇରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆମେରିକା ଗସ୍ତ କରିଥିଲେ। ଏହା ପୂର୍ବରୁ ଭାବମୂର୍ତ୍ତି ସୁଧାରିବା ପାଇଁ ଜୈଶ-ଏ-ମହମ୍ମଦର ମୁଖିଆ ମାସୁଦ୍ ଆଝାରକୁ ଗିରଫ କରାଯାଇଥିଲା। ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଗିରଫ ହୋଇଥିଲା ମାସୁଦ୍। ହେଲେ ଏବେ କେଉଁ ଆଇନ ବଳରେ ପାକିସ୍ତାନ ମାସୁଦକୁ ଜେଲରୁ ମୁକୁଳାଇଛି ଏବଂ ଏହାର ଉଦ୍ଦେଶ୍ୟ କ’ଣ ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ବଢ଼ିଛି। ନିକଟରେ ଦେଶର ନୌସେନା ଅଧିକାରୀ କରମବୀର ସିଂହ କହିଥିଲେ ପାକିସ୍ତାନର ସେନା ଆତଙ୍କବାଦୀ ଆକ୍ରମଣ ପାଇଁ ସହଯୋଗ କରୁଛି। ପାଣି ଭିତରେ ଆତଙ୍କବାଦୀ ଆସି ଭାରତରେ ଅନୁପ୍ରବେଶ କରିବା ପାଇଁ ଚେଷ୍ଟା କରୁଛି। ଏଥିପାଇଁ ଜୈଶ-ଏ-ମହମ୍ମଦ ତା’ର ସଦସ୍ୟଙ୍କୁ ଟ୍ରେନିଂ ଦେଉଛି। ତେଣୁ ମାସୁଦ୍ ଆଝାରକୁ ଲୁଚେଇ ପାକିସ୍ତାନ ଜେଲରୁ ଛାଡ଼ିଥାଇ ପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି।

ନିକଟରେ ଭାରତ ୟୁଏପିଏ ଆଇନ ଅନୁଯାୟୀ ୪ ଜଣଙ୍କୁ ଆତଙ୍କବାଦୀ ବୋଲି ଘୋଷଣା କରିଥିଲା। ଯେଉଁଥିରେ ମାସୁଦ୍ ଆଝାରର ନାଁ ରହିଛି। ସେହିପରି ଜାତିସଂଘ ମଧ୍ୟ ମାସୁଦକୁ ଆତଙ୍କବାଦୀ ବୋଲି ଘୋଷଣା କରିବା ସହିତ ତା’ର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଜବତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା।



from Odisha Reporter https://ift.tt/300mVOD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages