ଗଢ଼ଚିରୋଲି ଏନକାଉଣ୍ଟରରେ ୨ ନକ୍ସଲ ନିହତ, ସର୍ଚ୍ଚ ଅପରେସନ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 14, 2019

ଗଢ଼ଚିରୋଲି ଏନକାଉଣ୍ଟରରେ ୨ ନକ୍ସଲ ନିହତ, ସର୍ଚ୍ଚ ଅପରେସନ ଜାରି

ଗଢ଼ଚିରୋଲି: ମହାରାଷ୍ଟ୍ରର ଗଢ଼ଚିରୋଲିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ନକ୍ସଲ ନିହତ ହୋଇଛନ୍ତି। କୋରଚି ତହସିଲରେ ନାରେକସା ଜଙ୍ଗଲରେ ଏବେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମିୟ ଚାଲିଥିବା ସୂଚନା ରହିଛି। ସ୍ଥାନୀୟ ପୁଲିସ୍ ଏବେ ଦୁଇ ନକ୍ସଲଙ୍କ ଶବ ଜବତ କରିଥିବା ବେଳେ ୬ ଜଣ ନକ୍ସଲ ଆହତ ହୋଇଥିବା ସୂଚନା ରହିଛି। ଆହତଙ୍କ ମଧ୍ୟରେ ମେ ୧ରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଭାସ୍କର ଦଣ୍ଡକାରଣ୍ୟ ରହିଥିବା ନେଇ ସୂଚନା ମିଳିଛି।

ଭାସ୍କର ଦଣ୍ଡକାରଣ୍ୟ ନାରେକସା ଜଙ୍ଗଲରେ ଥିବା ନେଇ ଗୁଇନ୍ଦା ରିପୋର୍ଟ ଦେଇଥିଲା। ଏହାପରେ ସୁରକ୍ଷାକର୍ମୀ ଏବଂ ପୁଲିସ୍ ମିଳିତ ଅପରେସନ ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୯ ଜୁଲାଇରେ ମଧ୍ୟ ମହାରାଷ୍ଟ୍ରର ଗଢ଼ଚିରୋଲି ଜିଲ୍ଲାର ଧନେ ଜଙ୍ଗଲରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମିୟ ହୋଇଥିଲା। ଯେଉଁଥିରେ ଜଣେ ମହିଳା ନକ୍ସଲ ନିହତ ହୋଇଥିଲେ।



from Odisha Reporter https://ift.tt/2LxCl9i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages