ନିହାରୀକା ହତ୍ୟା ମାମଲା: ରିମାଣ୍ଡ ଅବଧି ସରିବା ପରେ ଜେଲ୍‌ ଗଲା ରାଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 25, 2019

ନିହାରୀକା ହତ୍ୟା ମାମଲା: ରିମାଣ୍ଡ ଅବଧି ସରିବା ପରେ ଜେଲ୍‌ ଗଲା ରାଜା

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ତିନି ଦିନିଆ ରିମାଣ୍ଡ ଅବଧି ସରିବା ପରେ ଜେଲ୍‌ ଗଲା ନିହାରୀକା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାଜା ଓରଫ କିଶୋର ଅଞ୍ଚଳ। ରାଜାକୁ ଗତକାଲି ଆଳିପିଙ୍ଗଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି।

ଗତ ୨୩ ତାରିଖରେ ବିରିଡି ଥାନା ପୁଲିସ୍‌ ଅଧିକ ପଚରାଉଚରା ପାଇଁ ରାଜାକୁ ୩ ଦିନିଆ ରିମାଣ୍ଡରେ ନେଇଥିଲା । ତେବେ ରାଜା ଏକା ହିଁ ନିହାରୀକାକୁ ମାରିଥିବା ଓ ପରେ ଏକ ଅଖାରେ ମୃତଦେହ  ପୂରାଇ ନିଜ ବାଇକ୍‌ରେ ଆଣି ବିଲୁଆଖାଇ ନଦୀରେ ପକାଇଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଥିବା  ଏସ୍‌ପି ଆର ପ୍ରକାଶ ସୂଚନା ଦେଇଛନ୍ତି।

ନିହାରୀକାକୁ କିପରି ମାରିଲା ସେ ସମ୍ପର୍କରେ ଯଦିଓ ରାଜା ସ୍ପଷ୍ଟ ଭାବେ କିଛି କହି ନାହିଁ ତେବେ ତଣ୍ଟି ଚିପି ହତ୍ୟା କରିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି । ନିହାରୀକାର ଚରିତ୍ରକୁ ସନ୍ଦେହ ଓ  ଅନ୍ୟତ୍ର ବିବାହ ପ୍ରସ୍ତାବ ପଡ଼ିବାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି କାରଣରୁ ହିଁ ରାଜା ନିହାରୀକାକୁ ମାରିଥିବା ଏସ୍‌ପି ସୂଚନା ଦେଇଥିଲେ । ତେବେ ଡିଏନଏ ଓ ଭିସାରା ରିପୋର୍ଟ ଆସିବା ପରେ ରାଜକୁ ଆଉଥରେ ରିମାଣ୍ଡରେ ନିଆ ଯାଇପାରେ ବୋଲି ମଧ୍ୟ ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୮ ତାରିଖରୁ ନିଖୋଜ ଥିଲେ ନର୍ସ ନିହାରୀକା ପାତ୍ର। ସିସିଟିଭି ଫୁଟେଜ୍ ଅନୁସାରେ କଟକରେ ଚାକିରି କରୁଥିବା କ୍ଲିନିକ୍‌ରୁ ପ୍ରେମିକ ରାଜା ସହ କୁଆଡ଼େ ଯାଇ ଆଉ ଫେରିନଥିଲେ। ଏହାର ୯ ଦିନ ପରେ ବିଲୁଆଖାଇ ନଦୀ ପଠାରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଏକ ବସ୍ତାରୁ  ତାଙ୍କ ଗଳିତ ମୃତଦେହ ମିଳିଥିଲା ।

ଗତ ୨୦ ତାରିଖରେ ରାଜା ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲା। ଏହାପରେ ପୁଲିସ୍‌ ତାକୁ କୌଣସି ଅଜ୍ଞାତ ସ୍ଥାନକୁ ନେଇ ଜେରା କରିଥିଲା।



from Odisha Reporter https://ift.tt/2nq0S6F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages