‘କିସିଂ ସିନ୍‌ର ରିହର୍ସଲ୍‌ କରିବାକୁ ଚାହୁଁଥିଲେ ଡାଇରେକ୍ଟର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 16, 2019

‘କିସିଂ ସିନ୍‌ର ରିହର୍ସଲ୍‌ କରିବାକୁ ଚାହୁଁଥିଲେ ଡାଇରେକ୍ଟର’

ମୁମ୍ୱାଇ: ଗତ କିଛି ବର୍ଷରେ ଅନେକ ବଲିଉଡ୍ ଅଭିନେତ୍ରୀ କାଷ୍ଟିଂ କାଉଚ୍ ନେଇ ମୁହଁ ଖୋଲିଛନ୍ତି। ମଝିରେ #metoo ଅଭିଯାନରେ ସାମିଲ ହୋଇ କିଛି ଅଭିନେତ୍ରୀ ତଥା ସେଲେବ୍ରିଟି ସେମାନେ କିପରି ଅସଦାଚରଣ ତଥା ଯୌନ ନିର୍ଯାତନାର ଶିକାର ହୋଇଥିଲେ, ସେ ବିଷୟରେ ମୁହଁ ଖୋଲିଥିଲେ। ଆଉ ଏବେ ଏହି ଧାରାରେ ସାମିଲ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ଜରୀନ୍ ଖାନ୍‌। ‘ଫିଙ୍କଭିଲା’କୁ ଦେଇଥିବା ଏକ ସାକ୍ଷାତକାରରେ ସେ ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଥରେ ନୁହେଁ ବରଂ ଦୁଇ ଥର କାଷ୍ଟିଂ କାଉଚ୍‌ର ଶିକାର ହୋଇଥିବା କହିଛନ୍ତି।

ସେ କହିଛନ୍ତି, “ଗୋଟିଏ ଫିଲ୍ମରେ ଡାଇରେକ୍ଟର ମୋ ସହିତ କିସିଂ ସିନ୍‌ର ରିହର୍ସଲ୍‌ କରିବାକୁ ଚାହୁଁଥିଲେ। ମୋ ଭିତରେ ଥିବା ଭୟକୁ ଦୂର କରିବା ସହିତ କ୍ୟାରିୟର୍‌କୁ ଆଗେଇ ନେବା ପାଇଁ ଏପରି କରିବା ଆବଶ୍ୟକ ବୋଲି ଡାଇରେକ୍ଟର ଜଣଙ୍କ ମୋତେ କହିଥିଲେ। ସେହି ସମୟରେ ମୁଁ ଇଣ୍ଡଷ୍ଟ୍ରୀରେ ନୂଆ ଥିଲି। କିନ୍ତୁ ମୁଁ ଏହି ସିନ୍‌ କରିବା ପାଇଁ ମନା କରି ଦେଇଥିଲି।”

ଜରୀନ୍ ଆହୁରି କହିଛନ୍ତି,“ଆଉ ଥରେ ଜଣେ ବ୍ୟକ୍ତି କହିଥିଲେ ଯେ, ମୁଁ ଯଦି ତାଙ୍କ ସହିତ ସମ୍ପର୍କକୁ ଆଗକୁ ବଢ଼ାଏ, ତା’ହେଲେ ସେ ମୋତେ ନୂଆ ପ୍ରୋଜେକ୍ଟ ଦେବାରେ ସାହାଯ୍ୟ କରିବେ।” ଅବଶ୍ୟ ସେ ଏ ଦୁଇ ବ୍ୟକ୍ତି ବିଶେଷଙ୍କ ପରିଚୟ ଦେଇ ନାହାନ୍ତି।

 

ନିକଟରେ ଏକ ଫଟୋକୁ ନେଇ ମଧ୍ୟ ଜରୀନ୍‌ ଚର୍ଚ୍ଚାକୁ ଆସିଥିଲେ। ଏହି ଫଟୋରେ ତାଙ୍କ ପେଟରେ ଷ୍ଟ୍ରେଚ୍‌ ମାର୍କ ଦେଖିବାକୁ ମିଳିଥିଲା। ଏଥିପାଇଁ ସୋଶାଲ୍‌ ମିଡିଆରେ ତାଙ୍କୁ ଟ୍ରୋଲ୍‌ କରାଯାଇଥିଲା। କିନ୍ତୁ ଏ ଘଟଣାରେ ଅନୁଷ୍କା ଶର୍ମା ତାଙ୍କୁ ସମର୍ଥନ କରିଥିଲେ।

ଜରୀନ୍‌ ଖାନ୍‌ ଫିଲ୍ମ ‘ବୀର୍‌’ ଜରିଆରେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ଏଥିରେ ସେ ସଲ୍‌ମାନ୍‌ ଖାନ୍‌ଙ୍କ ସହ ଅଭିନୟ କରିଥିଲେ। କିନ୍ତୁ ଏହି ଫିଲ୍ମଟି ବକ୍ସ ଅଫିସରେ ସଫଳ ହୋଇପାରି ନଥିଲା।  ବର୍ତ୍ତମାନ୍‌ ଜରୀନ୍‌ ପଞ୍ଜାବୀ ଫିଲ୍ମ ‘ଡାକା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।

 



from Odisha Reporter https://ift.tt/34NxI2q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages