ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରୁଗୁଡ଼ି ଗାଁ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବନମାଳୀ ଦେହୁରୀ। ତାଙ୍କ ଘର ରୁଗୁଡ଼ି ଗାଁରେ।
ଗତକାଲି ଅପରାହ୍ଣ ୩ଟାରୁ ବନମାଳୀ ନିଖୋଜ ଥିଲେ। ଏହାପରେ ତାଙ୍କ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ଏହି ସମୟରେ ଗାଁର ଏକ ପୋଖରୀରେ ତାଙ୍କ ଚପଲ ଭାସୁଥିବା ଦେଖିବାକୁ ମିଳିଥିଲା। ଏହାପରେ ସେମାନେ ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ତେବେ ସନ୍ଧ୍ୟା ହୋଇଯିବା ସହ ପୋଖରୀରେ ପାଣି ଅଧିକ ଥିବାରୁ ଗତକାଲି ଉଦ୍ଧାର କାର୍ଯ୍ୟ ହୋଇପାରି ନଥିଲା। ଆଜି ସକାଳେ ଅଗ୍ନିଶମ ବିଭାଗ କର୍ମଚାରୀ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ।
ବନମାଳୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2lmi8IA
No comments:
Post a Comment