ସମ୍ବଲପୁର (ଓଡ଼ିଶା ରିପୋର୍ଟର):ସମ୍ବଲପୁର ରାଠି ଷ୍ଟିଲ ପ୍ଲାଣ୍ଟରେ ଶ୍ରମିକ ଅଶାନ୍ତି। ଚାକିରି ହରାଇଥିବା ଶ୍ରମିକମାନେ ଗତକାଲି ଉପ-ଶ୍ରମ ଆୟୁକ୍ତଙ୍କୁ ଘେରିଥିଲେ। ଶ୍ରମିକ ଓ ଉପ ଶ୍ରମ ଆୟୁକ୍ତଙ୍କ ମଧ୍ୟରେ ଜୋରଦାର ପାଟିତୁଣ୍ଡ ହୋଇଥିଲା । ପ୍ରାୟ ୨୫୩ ଜଣ ପୂର୍ବତନ ନିୟମିତ ଶ୍ରମିକ କାରଖାନା ବନ୍ଦ ହେବା ଯୋଗୁଁ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଥିଲେ। ୬ ବର୍ଷ ପରେ ପୁଣି ଥରେ କାରଖାନା କାର୍ଯ୍ୟକ୍ଷମ ହେବାର ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏବେ ପୁଣିଥରେ ସେମାନଙ୍କ ମନରେ ପୁନଃ ନିଯୁକ୍ତି ପାଇଁ ଆଶା ସଂଚାର ହୋଇଛି।
ତେବେ କମ୍ପାନୀ ଏବେ ନୂଆ ଲୋକଙ୍କୁ ନିଯୁକ୍ତି ଦେଇ ପୁରୁଣା କର୍ମଚାରୀମାନଙ୍କୁ ଉପେକ୍ଷା କରୁଥିବାରୁ ପୂର୍ବତନ ଚାକିରି ହରାଇଥିବା ଶ୍ରମିକ ମାନେ ତାତିଛନ୍ତି ।
ସେମାନେ ଏନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। କିନ୍ତୁ ଶ୍ରମ ବିଭାଗ ବାରମ୍ବାର ଡାକି ନିରାଶ କରୁଥିବାରୁ ଗତକାଲି ଉପ-ଶ୍ରମ ଆୟୁକ୍ତଙ୍କୁ ଘେରାଉ କରିଥିଲେ। ଖୁବ ଶୀଘ୍ର କମ୍ପାନୀକୁ ସୋ କଜ୍ ନୋଟିସ କରାଯିବ ବୋଲି କହିଛନ୍ତି ଶ୍ରମ ଅଧିକାରୀ। ୭ ଦିନ ଭିତରେ ଦାବି ପୂରଣ ନ ହେଲେ କାରଖାନାରେ ତାଲା ପକାଇ ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ନେଇଛି ଶ୍ରମିକ ସଂଗଠନ।।
from Odisha Reporter https://ift.tt/30rkrsL
No comments:
Post a Comment