କୁମାର ସାନୁ, ଅଲକା ୟାଗନିକ୍ ଓ ଉଦିତ୍‌ନାରାୟଣଙ୍କୁ FWICE ପଠାଇଲା ନୋଟିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 18, 2019

କୁମାର ସାନୁ, ଅଲକା ୟାଗନିକ୍ ଓ ଉଦିତ୍‌ନାରାୟଣଙ୍କୁ FWICE ପଠାଇଲା ନୋଟିସ୍

ମୁମ୍ବାଇ: ଭାରତ-ପାକିସ୍ତାନ ଭିତରେ ବିବାଦ ଘନେଇବା ଯୋଗୁ ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍‌ (FWICE) ପ୍ରତ୍ୟେକ ଭାରତୀୟ କଳାକାରଙ୍କୁ ପାକିସ୍ତାନ କିମ୍ବା ପାକିସ୍ତାନ ସହ ଜଡ଼ିତ କୌଣସି ପ୍ରେଗ୍ରାମକୁ ଯିବା ପାଇଁ ମନାକରୁଛି। ମିକା ସିଂହ ଓ ଦଲଜିତ୍‌ ଦୋସାଞ୍ଝଙ୍କ ପରେ ଏବେ FWICEର ଟାର୍ଗେଟ୍‌ରେ ଅଲକା ୟାଗନିକ୍‌, କୁମାର ସାନୁ ଓ ଉଦିତ୍‌ ନାରାୟଣ। ସୂଚନା ଅନୁଯାୟୀ ନଭେମ୍ବର ୧୭ରେ ଆମେରିକାରେ ପାକିସ୍ତାନୀ ଆୟୋଜକଙ୍କ ଦ୍ୱାରା ଆୟୋଜନ କରାଯାଉଥିବା ଏକ ଇଭେଣ୍ଟରେ ଅଲକା ୟାଗନିକ୍, କୁମାର ସାନୁ ଓ ଉଦିତ୍‌ ନାରାୟଣଙ୍କୁ ପର୍ଫର୍ମ କରିବାକୁ ନିମନ୍ତ୍ରଣ ମିଳିଛି। ହେଲେ FWICE ଏହି ପ୍ରୋଗ୍ରାମରେ ସେମାନଙ୍କୁ ନଗାଇବାକୁ ନୋଟିସ୍‌ ପଠାଇଛି। ପୂର୍ବରୁ ଏହି ଫେଡରେଶନ୍‌ ଦଲଜିତ୍ ଦୋସାଞ୍ଝଙ୍କୁ ମଧ୍ୟ ଆମେରିକାରେ ପାକିସ୍ତାନୀଙ୍କ ଦ୍ୱାରା ଆୟୋଜିତ ଏକ ପ୍ରୋଗ୍ରାମରେ ନଗାଇବାକୁ ଅପିଲ୍‌ କରିଥିଲା। ଫଳରେ ଦଲଜିତ୍‌ ଏହି ଇଭେଣ୍ଟରୁ ଓହରିଯାଇଥିଲେ। କେବଳ ଏତିକି ନୁହେଁ ମିକା ସିଂହ ପାକିସ୍ତାନରେ ପର୍ଫର୍ମ କରିଥିବାରୁ FWICE ତାଙ୍କ ଉପରେ  ବ୍ୟାନ୍‌ ଲଗାଇଥିଲା। ଅବଶ୍ୟ ପରେ ଏହି ବ୍ୟାନ୍‌କୁ ହଟାଇ ଦିଆଗଲା।

FWICE ଏହି ତିନି କଳାକାରଙ୍କୁ ପଠାଇଥିବା ନୋଟିସ୍‌ରେ ଉଲ୍ଲେଖ କରାଯାଇଛି, ‘ସୂଚନା ମିଳିଛି ଯେ ଆପଣ ଜଣେ ପାକିସ୍ତାନୀ ନାଗରିକ ମୋଜମା ହୁନେନ୍‌ଙ୍କ ଦ୍ୱାରା ଆମେରିକାରେ ଆୟୋଜିତ ହେଉଥିବା ଏକ ଇଭେଣ୍ଟରେ ଗୀତ ଗାଈବାକୁ ଯାଉଛନ୍ତି। FWICE ଆପଣଙ୍କୁ ନିବେଦନ କରୁଛି ଯେ ଆପଣ ଏହି ପ୍ରୋଗ୍ରାମରୁ ଓହରିଯାଆନ୍ତୁ।’ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ FWICE  ଦ୍ୱାରା ଜାରି କରାଯାଇଥିବା ଏହି ନୋଟିସ୍‌କୁ ନିଜ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରିଛନ୍ତି।

ଅଶୋକ ପଣ୍ଡିତ୍‌ ଲେଖିଛନ୍ତି ,’FWICE କୁମାରସାନୁ, ଉଦିତ୍‌ ନାରାୟଣ ଓ ଅଲକା ୟାଗନିକ୍‌ଙ୍କୁ ଏକ ଇଭେଣ୍ଟରୁ ଓହରିଯିବାକୁ କହୁଛନ୍ତି ଯାହାକୁ ଜଣେ ପାକିସ୍ତାନୀ ନାଗରିକ ଆୟୋଜିତ କରିଛନ୍ତି। ଆମେ ଆଶା କରୁଛୁ ଯେ ଏହି ତିନିଜଣ କଣ୍ଠଶିଳ୍ପୀ ଆମ ଅପିଲ୍‌କୁ ଧ୍ୟାନ ଦେବେ।’



from Odisha Reporter https://ift.tt/31y96bH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages