ମୋହନା(ମିହିର ଜତି):ଭିଲିଲାନ୍ସ ଜାଲରେ ଜଣେ ବିଇଓ ଅଫିସର କନିଷ୍ଠ କିରାଣି । ଗଜପତି ଜିଲ୍ଲା ମୋହନା ବିଇଓ ଅଫିସର କନିଷ୍ଠ କିରାଣି ଜିତେନ୍ଦ୍ର ନାଥ ନାୟକ ପରମଙ୍ଗା ଗାଁସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦଣ୍ଡପାଣି ମଲ୍ଲିକଙ୍କୁ ଅନ୍ୟ ଏକ ସ୍କୁଲକୁ ବଦଳି କରାଇବା ପାଇଁ ୩୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଶିକ୍ଷକ ଜଣକ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ।
ଯୋଜନାମୁତାବକ ଗତକାଲି ସନ୍ଧ୍ୟାରେ ସମ୍ପୃକ୍ତ କିରାଣି ଜିତେନ୍ଦ୍ର ନାଥ ନାୟକ ଶିକ୍ଷକଙ୍କଠାରୁ ୩,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସେଠାରେ ଭିଜିଲାନ୍ସ ଟିମ୍ ଜଗି ରହିଥିଲା। ଏହି ସମୟରେ ସମ୍ପୃକ୍ତ କିରାଣିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।
ପରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିଲା। ଭିଜିଲାନ୍ସ ବିଭାଗ ମୋହନା ସ୍ଥିତ ତାଙ୍କ ବାସଭବନ ଓ ବିଇଓ ଅଫିସରେ ଚଢ଼ାଉ କରି ଆବଶ୍ୟକ କାଗଜପତ୍ର ଯାଞ୍ଚ କରିଥିବା ବେଳେ କିରାଣି ଜିତେନ୍ଦ୍ର ନାଥ ନାୟକଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି ।ଏହି ଚଢ଼ାଉରେ ବ୍ରହ୍ମପୁର ଭିଜିଲାନ୍ସ ଡିଏସପି ଏଚ.କୁଲୁଙ୍କ ସହ ଇନ୍ସପେକ୍ଟର ଆରକେ ନାୟକ ଓ ରେଣୁବାଲା ପ୍ରମୁଖ ସାମିଲ ଥିଲେ ।
from Odisha Reporter https://ift.tt/3077Z5w
No comments:
Post a Comment