Oppoର ଏହି 48MP କ୍ୟାମେରାଯୁକ୍ତ ଫୋନ୍‌ର ମୂଲ୍ୟ କମିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 18, 2019

Oppoର ଏହି 48MP କ୍ୟାମେରାଯୁକ୍ତ ଫୋନ୍‌ର ମୂଲ୍ୟ କମିଲା

ନୂଆଦିଲ୍ଲୀ: ଚାଇନିଜ୍‌ କମ୍ପାନୀ Oppo  ଭାରତରେ ତା’ର ଦୁଇଟି ସ୍ମାର୍ଟଫୋନ୍‌ର ମୂଲ୍ୟ କମ୍‌ କରିଦେଇଛି। କମ୍ପାନୀ Oppo A1kର ମୂଲ୍ୟ ୫୦୦ ଟଙ୍କା ଓ Oppo F11ର ମୂଲ୍ୟ ୨ ହଜାର ଟଙ୍କା କମ୍‌ କରିଦେଇଛି। ନୂଆ ମୂଲ୍ୟ ସହ ଏହି ଦୁଇଟି ଫୋନ୍‌ ଆପଣ ଫ୍ଲିପକାର୍ଟ ଓ ଆମାଜନ ଇଣ୍ଡିଆରୁ କିଣିପାରିବେ। ଏହି ନୂଆ ମୂଲ୍ୟ ବର୍ତ୍ତମାନ କେବଳ ଅନଲାଇନ୍‌ରେ ହିଁ ଉପଲବ୍ଧ।

ଆମାଜନ ଇଣ୍ଡିଆ ଓ ଫ୍ଲିପକାର୍ଟର ଲିଷ୍ଟିଂ ଅନୁଯାୟୀ Oppo A1kରୁ ଗ୍ରାହକ ୭ ହଜାର ୪୯୦ ଟଙ୍କାରେ କିଣିପାରିବେ। ଏହି ସ୍ମାର୍ଟଫୋନ୍‌କୁ ଗତ ଏପ୍ରିଲ୍‌ ମାସରେ ୮ ହଜାର ୪୯୦ ଟଙ୍କାରେ ଲଞ୍ଚ୍‌ କରାଯାଇଥିଲା। ପରେ ଜୁନ୍‌ମାସରେ ଏହାର ମୂଲ୍ୟ ୫୦୦ ଟଙ୍କା କମାଇ ଦିଆଯାଇଥିଲା। ଏହାବ୍ୟତୀତ Oppo F11କୁ ଆପଣ ଏବେ ୧୪ ହଜାର ଟଙ୍କାରେ କିଣିପାରିବେ। Oppo F11କୁ ଗତ ମାର୍ଚ୍ଚ ମାସରେ ୧୯ ହଜାର ୯୯୦ ଟଙ୍କାରେ ଲଞ୍ଚ୍‌ କରାଯାଇଥିଲା। ପରେ ଗତମାସରେ ଏହାର ମୂଲ୍ୟ କମାଇ ୧୬ ହଜାର ୯୯୦ କରି ଦିଆଯାଇଥିଲା।

Oppo A1kର ସ୍ପେଶିଫିକେଶନ୍: ଏହି ଫୋନ୍‌ରେ ଆଣ୍ଡ୍ରଏଡ୍ ପାଇ ବେସ୍ଡ ColorOS, ୬.୧ ଇଞ୍ଚ୍‌ ଏଚ୍‌ଡି ପ୍ଲସ୍‌(୭୧୨୦ x୧୫୬୦ ପିକ୍ସେଲ) ଡିସ୍‌ପ୍ଲେ ୨ଜିବି ରାମ୍‌, ୩୨ ଜିବି ଷ୍ଟୋରେଜ୍, ଅକ୍ଟାକୋର MediaTek Helio P22 ପ୍ରୋସେସର୍, ରିୟରରେ ୮ ମେଗାପିକ୍ସେଲ୍ ଓ ଫ୍ରଣ୍ଟରେ ୫ ମେଗାପିକ୍ସେଲର କ୍ୟାମେରା ଓ 4,000mAhର ବ୍ୟାଟେରି ଦିଆଯାଇଛି। ଦିଆଯାଇଛି।

Oppo F11ର ସ୍ପେଶିଫିକେଶନ୍: ଏହି ଫୋନ୍‌ରେ ୬.୫୩ ଇଞ୍ଚ୍‌ର ଫୁଲ୍‌ ଏଚ୍‌ଡି ପ୍ଲସ୍‌(୧୦୮୦ x ୨୩୪ ପିକ୍ସେଲ) ଡିସ୍‌ପ୍ଲେ, ଆଣ୍ଡ୍ରଏଡ୍ ପାଇ ବେସ୍ଡ ColorOS, MediaTek Helio P70 ପ୍ରୋସେସର୍, ୪ରୁ୬ ଜିବି ରାମ୍‌ ଓ ୬୪ରୁ ୧୨୮ ଜିବିଷ୍ଟୋରେଜ୍ ଦିଆଯାଇଛି। ଫଟୋଗ୍ରାଫି ପାଇଁ ଏହାର ରିୟରରେ ଡୁଆଲ କ୍ୟାମେରା ସେଟ୍‌ଅପ୍ ରହିଛି। ଏଥିରେ ମୁଖ୍ୟ କ୍ୟାମେରାଟି ୪୮ ମେଗାପିକ୍ସଲର ଓ ଅନ୍ୟଟି ୫ମେଗାପିକ୍ସେଲର ରହିଥିବାବେଳେ ସେଲ୍‌ଫି ପାଇଁ ଫ୍ରଣ୍ଟରେ ୧୬ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି। ଏଥିସହ ଏହି ଫୋନ୍‌ରେ 4,020mAhର ବ୍ୟାଟେରି ଦିଆଯାଇଛି।

 

 



from Odisha Reporter https://ift.tt/34WaS8D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages