5T ସଚିବଙ୍କ ଗସ୍ତ ବେଳେ ମେଡିକାଲରେ ପଶିଲା ଡ୍ରେନ୍‌ ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 13, 2019

5T ସଚିବଙ୍କ ଗସ୍ତ ବେଳେ ମେଡିକାଲରେ ପଶିଲା ଡ୍ରେନ୍‌ ପାଣି

କେନ୍ଦୁଝର(ପ୍ରଣୟ ପାଣି): ‘ମୋ ସରକାର’ ଓ 5Tର କାର୍ଯ୍ୟକାରିତା ତୃଣମୂଳ ସ୍ତରରେ କିପରି ହେଉଛି, ସେ ସମ୍ପର୍କରେ ଜାଣିବା ପାଇଁ  5T ସଚିବ ଭି. କେ. ପାଣ୍ଡିଆନ ଓ ତାଙ୍କ ଟିମ୍‌ ରାଜ୍ୟର ବିଭିନ୍ନ ମେଡିକାଲ ଗସ୍ତ କରୁଛନ୍ତି। 5T ସଚିବଙ୍କ ଗସ୍ତକୁ ଆଖି ଆଗରେ ରଖି ତତ୍ପର ହୋଇ ଉଠୁଛନ୍ତି ମେଡିକାଲ କର୍ତ୍ତୃପକ୍ଷ।  ବର୍ଷ ବର୍ଷ ଧରି ହେଉ ନ ଥିବା କାମ ରାତାରାତି ହୋଇଯାଉଛି।  ଏହାଦ୍ୱାରା ମେଡିକାଲ ଚିକ୍‌ଚିକ୍‌ ଦେଖାଯିବା ସହ ପାରିପାର୍ଶ୍ୱିକ  ଅବସ୍ଥା ମଧ୍ୟ ସୁଧୁରି ଯାଉଛି। ହେଲେ କେନ୍ଦୁଝର ମେଡିକାଲରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। 

5T ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗତ କିଛି ଦିନ ଧରି ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ କାମ କରାଯାଇଥିଲା। ତେବେ ବର୍ଷାରେ ସବୁ ଯୋଜନା ଫସର ଫାଟିଗଲା। ସାମାନ୍ୟ ବର୍ଷାରେ ଡାକ୍ତରଖାନାରେ ଡ୍ରେନ୍‌ ପାଣି ପଶିଲା।  ବାହାରକୁ ବାହାରିବା ପାଇଁ କିଛି ବାଟ ନଥିବାରୁ  କିଏ  ନାଳ ପାଣିରେ ପଶି କି ଆସିଲା ତ ଆଉ କିଏ ଲୁହା ରଡ଼ରେ ଚଢ଼ିକି ଆସିଲା । ପାଣ୍ଡିଆନ ଓ ତାଙ୍କ ଟିମ୍‌ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିବା ବେଳେ ଗତକାଲି ଏଭଳି ଦୂରବସ୍ଥା ଦେଖିବାକୁ ମିଳିଥିଲା ।  

ସାମାନ୍ୟ ବର୍ଷାରେ ଡ୍ରେନ୍ ପାଣି ମେଡିକାଲର ପିପି ସେଣ୍ଟରରେ ପଶି ଯାଇଥିଲା। ଗୋଟିଏ ପଟେ 5ଟି ସବିବ ଭି. କେ. ପାଣ୍ଡିଆନ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ବିଭିନ୍ନ ଓ୍ୱାର୍ଡ ପରିଦର୍ଶନ କରୁଥିବା ବେଳେ ଅନ୍ୟପଟେ ଡ୍ରେନ୍ ପାଣି ଘେରରେ ମେଡିକାଲର କିଛି ଷ୍ଟାଫ ଏବଂ ଡାକ୍ତର ଫସି ରହିଥିଲେ। କିଛି ଷ୍ଟାଫ୍ ଡ୍ରେନ୍ ପାଣିରେ ପଶି ବାହାରକୁ ଆସିଥିବା ବେଳେ କିଛି ଡାକ୍ତର ଲୁହା ରଡରେ ଚଢି ବାହାରକୁ ଆସିଥିଲେ। ପିପି ସେଣ୍ଟର ଭିତରେ ଓ ବାହାରେ ଡ୍ରେନ ପାଣି ପଶିଯାଇଥିବାରୁ ଉଭୟ ଡାକ୍ତର ଓ ଷ୍ଟାଫ୍ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ପିପି ସେଣ୍ଟରରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଟିକା ଯାଉଥିବାରୁ ଏହାଦ୍ୱାରା ଉଭୟ ମାଆ ଓ ଶିଶୁ ସଂକ୍ରମଣର ଶିକାର ହୋଇପାରନ୍ତି ବୋଲି ଡାକ୍ତର କହିଛନ୍ତି।
କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ମମତାରାଣୀ ଜେନା କହିଛନ୍ତି,“ ଏଭଳି ଜାଗାରେ କାମ କରୁଥିବାରୁ ମୋତେ ଖରାପ ଲାଗୁଛି। ଡ୍ରେନ୍‌ ପାଣି ମେଡିକାଲରେ ପଶିବା ଯୋଗୁ ସମସ୍ତଙ୍କୁ ଇନ୍‌ଫେକ୍ସନ୍‌ ହୋଇପାରେ।”

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ ନର୍ସ ଶଶିକଳା ପଣ୍ଡା କହିଛନ୍ତି,“ ହସ୍ପିଟାଲରେ ପାଣି ପଶିଯାଇଥିବାରୁ ବାହାରକୁ ଯିବା କଷ୍ଟକର ହୋଇପଡ଼ୁଛି। ସଚିବ ଡାକିଥିବା ମିଟିଂ ମଧ୍ୟ ଆମେ ଯାଇପାରିଲୁନି।”



from Odisha Reporter https://ift.tt/35yP1ok

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages