ନିଜ ନାଁକୁ ନେଇ ଗୋବିନ୍ଦାଙ୍କ ବଡ଼ ଖୁଲାସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 13, 2019

ନିଜ ନାଁକୁ ନେଇ ଗୋବିନ୍ଦାଙ୍କ ବଡ଼ ଖୁଲାସା

ମୁମ୍ବାଇ: କୁହାଯାଏ, ବଲିଉଡ୍‌ରେ ପାଦ ଦେବା ପୂର୍ବରୁ ଗୋବିନ୍ଦା ବହୁବାର ତାଙ୍କ ନାଁ ବଦଳାଇଥିଲେ। ଆଉ ଏହା ଆଦୌ ମିଛ ବା ଗୁଜବ ନୁହେଁ। ଏହା ସତ ବୋଲି ନିଜେ ଗୋବିନ୍ଦା ମାନିଛନ୍ତି।

‘ଦ କପିଲ ଶର୍ମା’ ଶୋ’କୁ ଆସିଥିବା ବେଳେ କପିଲ୍‌ଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଗୋବିନ୍ଦା କହିଥିଲେ ଯେ ସେ ନାଁ ବଦଳାଇବା କଥା ପୂରା ସତ। ‘ଗୋବିନ୍ଦା’ ନାଁ ପୂର୍ବରୁ ସେ ନିଜର ଆହୁରି ୬ଟି ନାଁ ଦେଇଥିଲେ। ସେ ଗୋବିନ୍ଦ ରାଜ, ରାଜ ଗୋବିନ୍ଦ ଓ ଅରୁଣ ଗୋବିନ୍ଦ ଭଳି ନାଁ ରଖିଥିଲେ।

ଏହା ବ୍ୟତୀତ ଶୋ’ରେ ଗୋବିନ୍ଦା ନିଜ ଜୀବନ ଯାତ୍ରା ବିଷୟରେ ମଧ୍ୟ କହିଥିଲେ। ତାଙ୍କୁ ଏକ ସଫଳ କ୍ୟାରିୟର ଗଢ଼ିବାରେ ଯେଉଁମାନେ ସାହାଯ୍ୟ କରିଥିଲେ ସେ ସେମାନଙ୍କୁ ମନେ ପକାଇଥିଲେ। ଗୋବିନ୍ଦା କହିଥିଲେ ଯେ ସେ ରୋଶନ ତନେଜାଙ୍କଠୁ ଅଭିନୟ, ସରୋଜ ଖାନ୍‌ଙ୍କଠାରୁ ଡ୍ୟାନ୍ସ ଏବଂ ଷ୍ଟଣ୍ଟ୍ ମାଷ୍ଟର ରାମ୍‌ଜୀଙ୍କଠାରୁ ଆକ୍ସନ୍ ଶିଖିଥିଲେ। ତେବେ ଏଥିପାଇଁ ସେମାନେ ତାଙ୍କୁ କେବେ ପଇସା ମାଗି ନାହାନ୍ତି।

ସୂଚନାଯୋଗ୍ୟ, ଅଭିନେତା ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା ଗ୍ଲାମର ଦୁନିଆରେ ପାଦ ଥାପି ସାରିଛନ୍ତି। ତାଙ୍କର ଏକ ମ୍ୟୁଜିକ୍ ଭିଡିଓ ‘ମିଲୋ ନା ତୁମ୍’ ନିକଟରେ ରିଲିଜ୍ ହୋଇଛି। ଆଉ ଏହାର ପ୍ରମୋସନ୍ ପାଇଁ ଗୋବିନ୍ଦା ’ଦ କପିଲ୍ ଶର୍ମା ଶୋ’କୁ ଆସିଥିଲେ। ତାଙ୍କ ସହିତ ପତ୍ନୀ ସୁନୀତା ଓ ଟିନା ବି ଉପସ୍ଥିତ ଥିଲେ।

View this post on Instagram

📸 : @shivamduaphotography

A post shared by Govinda (@govinda_herono1) on

 

 

ଟିନା ଏହି ମ୍ୟୁଜିକ୍ ଭିଡିଓଟି ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଗଜେନ୍ଦ୍ର ବର୍ମାଙ୍କ ସହ କରିଛନ୍ତି। ଟିନା ଅଭିନେତ୍ରୀ ହେବା ସହ ଜଣେ କଷ୍ଟ୍ୟୁମ୍‌ ଡିଜାଇନର୍ ମଧ୍ୟ। ସେ ଫିଲ୍ମ ‘ସେକେଣ୍ଡ ହ୍ୟାଣ୍ଡ ହଜ୍‌ବେଣ୍ଡ’  ଓ ‘ଫ୍ରାଏ ଡେ’ ପରି ଫିଲ୍ନରେ କାମ କରି ସାରିଲେଣି।



from Odisha Reporter https://ift.tt/2pikURh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages