ଆତଙ୍କବାଦ ବିରୋଧରେ ଅଜିତ ଡୋଭାଲଙ୍କ ନୂଆ ରଣନୀତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 13, 2019

ଆତଙ୍କବାଦ ବିରୋଧରେ ଅଜିତ ଡୋଭାଲଙ୍କ ନୂଆ ରଣନୀତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜି ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)ର ବୈଠକ ବସିଛି। ଏହି ଅବସରରେ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇ ଆତଙ୍କବାଦ ବିରୋଦରେ ଲଢ଼ିବା ପାଇଁ ନୂଆ ରଣନୀତି ଆବଶ୍ୟକ ରହିଛି ବୋଲି କହିଛନ୍ତି।

ସେ କହିଛନ୍ତି ପାକିସ୍ତାନ ସରକାର ଆତଙ୍କବାଦକୁ ନିଜର ଏକ ଅଂଶ କରିସାରିଛି। ଏବେ ସେହି ଆତଙ୍କବାଦୀ ଭାରତ ବିପକ୍ଷରେ ଲଢ଼ୁଛନ୍ତି। ଭାରତ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସଫଳ ହୋଇଛି। ଏବେ ଏହି ରଣନୀତିରେ ପରିବର୍ତ୍ତନ କରି ଆତଙ୍କବାଦୀଙ୍କ ଭବିଷ୍ୟତ ଉପରେ ଆକ୍ରମଣ କରିବା ଦରକାର ବୋଲି ସେ କହିଛନ୍ତି। ଯାହାକି ବଡ଼ ଚ୍ୟାଲେଞ୍ଜ ବୋଲି ଡୋଭାଲ ଏନଆଇଏ ବୈଠକରେ କହିଛନ୍ତି।

ଏବେ ଆମେ ଆତଙ୍କବାଦୀଙ୍କ ବର୍ତ୍ତମାନ ସ୍ଥିତି ଉପରେ ଲଢ଼ୁଛୁ। ହେଲେ ତାଙ୍କ ଭବିଷ୍ୟତ ଉପରେ ଲଢ଼ିଲେ ହିଁ ଆତଙ୍କବାଦର ମୂଳୋତ୍ପାଟନ ହୋଇପାରିବ ବୋଲି ସେ କହିଛନ୍ତି। ତେଣୁ ତାଙ୍କ ବିଚାରଧାରା ଉପରେ ଲଢ଼ିବା ଜରୁରୀ ବୋଲି ସେ କହିଛନ୍ତି।

ଆତଙ୍କବାଦ ବିରୋଧରେ ଦେଶର ସେନା, ଏନଆଇଏ, ଆଇବି, ର’ ଭଳି ଅଲଗା ଅଲଗା ସଂସ୍ଥା କାମ କରୁଛନ୍ତି। ହେଲେ ରାଜ୍ୟରେ ଥିବା ଗୁଇନ୍ଦା ସଂସ୍ଥା ଆତଙ୍କବାଦୀଙ୍କୁ ପ୍ରଥମେ ସାମ୍ନା କରୁଛନ୍ତି। ଜମ୍ମୁ କଶ୍ମୀରରେ ଥିବା ଆତଙ୍କବାଦୀ ସଂଗଠନ ଏବେ ଭୁଶୁଡ଼ି ପଡ଼ିଛି। ଆତଙ୍କବାଦୀଙ୍କ ମନି ଲଣ୍ଡରିଂ ମାମଲା ଉପରେ ଏନଆଇ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଯାହାକି ଏନଆଇଏର ସଫଳତା ବୋଲି ଅଜିତ ଡୋଭାଲ କହିଛନ୍ତି।



from Odisha Reporter https://ift.tt/2OK3zeI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages