ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି,“ଶାସନର ୨୦ ବର୍ଷ ପରେ ଏବେ କାହିଁକି ସରକାର 5T ଆଣିଲେ। ପୂର୍ବରୁ ଏହା କ’ଣ ଆମ ସିଷ୍ଟମରେ ନଥିଲା କି ?
ସେ ଆହୁରି କହିଛନ୍ତି,“ 5T ଏକ ଅଭିନବ ପଦକ୍ଷେପ ନୁହେଁ। ଏହା ବହୁତ ପୁରୁଣା କଥା। ମୁଁ ଆଇଏଏସ୍ ଟ୍ରେନିଂ ନେବା ବେଳେ5T ଟ୍ରେନିଂ ଦିଆଯାଉଥିଲା”
ସ୍ୱାସ୍ଥ୍ୟ ଓ ଗୃହ ବିଭାଗର ଉଦାହରଣ ଦେଇ ଅପରାଜିତା କହିଛନ୍ତି ,“ଯଦି ‘ସ୍ୱାସ୍ଥ୍ୟ ବିଭାଗରେ5T ଟି ଲାଗୁ କରାଯାଇଥାନ୍ତା, ତେବେ କ’ଣ ଏଥିରେ ସ୍ୱଚ୍ଛତା ଆସିନଥାନ୍ତି କି ? ଏଥିପାଇଁ ଏକ କ୍ଷମତା ସମ୍ପନ୍ନ ବିଭାଗ କାହିଁକି ଗଠନ କରାଗଲା କହି ପାଣ୍ଡିଆନ୍ଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ଅପରାଜିତା। ଜଣେ ବ୍ୟକ୍ତିଙ୍କୁ କ୍ଷମତା ଦେଇଦେବା ଦ୍ୱାରା ଅନ୍ୟ ବିଭାଗର କାର୍ଯ୍ୟଧାରା ନେଇ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠୁଛି।”
ସୂଚନାଯୋଗ୍ୟ, ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ଭୁବନେଶ୍ୱରରେ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇଥିଲେ। ଏହି ଅବସରରେ ସେ ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଥିଲେ।
from Odisha Reporter https://ift.tt/2WuL53M
No comments:
Post a Comment