ତମେ ଅଳିଆ ସଫାକଲନି, ଆମେ କଲୁ ତୁମ ମୁହଁରେ ଫିଙ୍ଗିବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 30, 2019

ତମେ ଅଳିଆ ସଫାକଲନି, ଆମେ କଲୁ ତୁମ ମୁହଁରେ ଫିଙ୍ଗିବୁ

ଯାଜପୁର(ଅଭୟ ପତି):  ତୁମେ ଅଳିଆ ସଫା କରିବାର ଥିଲା। ହେଲେ କଲନି। ଆମେ କଲୁ। ତେଣୁ ଏ ଅଳିଆ ତୁମ ମୁହଁକୁ ଫିଙ୍ଗିଲୁ। ଏମିତି ଢଙ୍ଗରେ ଯାଜପୁର ଜିଲ୍ଲା ବ୍ୟାସନଗର ମ୍ୟୁନିସିପାଲଟିକୁ ଜବାବ ଦେଇଛନ୍ତି ସ୍ଥାନୀୟ ଲୋକେ।  ପ୍ରତିବାଦର ନୂଆ ତରିକା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ମ୍ୟୁନିସିପାଲଟି ଅଞ୍ଚଳରେ। ଲୋକେ ନିଜ ହାତରେ ଅଳିଆ ସଫା କଲେ। ଆଉ ସେସବୁ ଅଳିଆକୁ ଗାଡ଼ିରେ ବୋଝେଇ କରି ଡମ୍ଫିୟାର୍ଡରେ ନପକାଇ ମ୍ୟୁନିସିପାଲଟି ଅଫିସ୍‌ ସମ୍ମୁଖରେ ଢାଳି ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି।

ତେବେ ଦୀପାବଳି ଅବସରରେ ବ୍ୟାସନଗର ରାଜୀବ ଗାନ୍ଧି ଷ୍ଟାଡିୟମରେ ଛୋଟ ବଡ଼ ପ୍ରାୟ ୫୨ଟି ବାଣ ଦୋକାନ ଖୋଲିଥିଲା। ପୌରସଂସ୍ଥା ପକ୍ଷରୁ ଦୋକାନୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ରାଜସ୍ୱ ମଧ୍ୟ ଆଦାୟ କରାଗଲା। ହେଲେ ବାଣ  ବିକ୍ରି ସରିବାର ଦୁଇ ଦିନ ବିତିଥିଲେ ବି ସେଠାରେ ଜମିଥିବା କୁଢ଼ କୁଢ଼ ଅଳିଆ ଆବର୍ଜନା ସଫା ହେଲା ନାହିଁ। ଫଳରେ ଷ୍ଟାଡିୟମ ପରିସର ଅଳିଆ ଆବର୍ଜନା ଜମି ରହିଥିଲା। ଯଦ୍ୱାରା ଷ୍ଟାଡ଼ିୟମକୁ ମର୍ଣ୍ଣିଂ ୱାକ୍ ଓ ଖେଳିବା ପାଇଁ ପାଇଁ ଅସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏନେଇ ସ୍ଥାନୀୟ ଲୋକେ  ପୌରସଂସ୍ଥାକୁ ବାରମ୍ୱାର ଅବଗତ କରାଇଥିଲେ ବି ଅଳିଆ ସଫା କରାଗଲା ନାହିଁ। ଶେଷରେ ଗତକାଲି କ୍ରୀଡାବିତ୍ ଓ ସ୍ଥାନୀୟ ଲୋକେ ମିଶି ଅଳିଆକୁ ସଫା କରିଥିଲେ। ଏହାପରେ ଅଳିଆ ସବୁକୁ ନିଜ ନିଜ ଗାଡ଼ିରେ ଧରି ପୌରପରିଷଦ କାର୍ଯ୍ୟାଳୟରେ ଢ଼ାଳି  ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏନେଇ କ୍ରୀଡ଼ାବିତ୍ ବଜ୍ରବାହୁ ସାମଲ କହିଛନ୍ତି,“ ବ୍ୟାସନଗର ରାଜୀବ ଗାନ୍ଧି ଷ୍ଟାଡିୟମକୁ ପ୍ରତିଦିନ ଶହ ଶହ ପିଲା ଖେଳିବାକୁ ଆସିଥାନ୍ତି। ହେଲେ ସେଠାରେ ଦୀପାବଳି ପାଇଁ ବାଣ ଦୋକାନ ବସିଥିଲା। ତେବେ ସୋମବାର ଦିନଠାରୁ  ଷ୍ଟାଡିୟମକୁ ମ୍ୟୁନିସିପାଲଟି ପକ୍ଷରୁ ପରିସ୍କାର କରିବାର ଥିଲା। ତାହା କରାଗଲା  ନାହିଁ। ଏନେଇ ଆମେ ବାରମ୍ୱାର  ଜଣାଇଥିଲେ ମଧ୍ୟ ସଫା କରାଗଲା ନାହିଁ। ତେଣୁ ଆମେ ସମସ୍ତେ ନିଷ୍ପତ୍ତି ନେଲୁ ଯେ ମ୍ୟୁନିସିପାଲଟି ଆମ କଥା ଶୁଣୁ ନାହିଁ। ଆମେ ନିଜ ହାତରେ ଷ୍ଟାଡିୟମକୁ ପରିସ୍କାର କରିବା। ଆଉ ଯାହା ଅଳିଆ ସଂଗ୍ରହ ହେବ ମ୍ୟୁନିସିପିଲଟି ଅଫିସ୍‌ରେ ପକାଇବା।”

ସାନିଟାରି ଇନ୍ସପେକ୍ଟର ମାଣିକ ରଞ୍ଜନ ନାୟକ କହିଛନ୍ତି,“ ଷ୍ଟାଡିୟମ ପରିସରରୁ ବାଣ ଦୋକାନ ସୋମବାର ପର୍ଯ୍ୟନ୍ତ ଉଠି ନଥିଲା। ତେଣୁ ସଫା ହୋଇ ପାରି ନଥିଲା।  ଲୋକଙ୍କ ଅଭିଯୋଗ ଅନୁସାରେ ବୁଧବାର ସକାଳେ ଆମେ ସଫା କରିବା ଯାଇଥିଲୁ। ହେଲେ ସ୍ଥାନୀୟ ଲୋକମାନେ ଆମକୁ କାମ କରିବାକୁ ଦେଲେ ନାହିଁ। ତା’ପୂର୍ବ ରାତିରୁ ସ୍ଥାନୀୟ ଯୁବକମାନେ ଆସି ଷ୍ଟାଡିୟମ ସଫା କରୁଥିଲେ। ତେବେ ଏପରି ଘଟଣା ଆଉ ଘଟିବ ନାହିଁ ବୋଲି ଆମେ ସେମାନଙ୍କୁ କହିଥିଲୁ। ହେଲେ ସେମାନେ ସଫା କରିବାକୁ ଦେଲେ ନାହିଁ। ଏହାପରେ ସେମାନେ ସବୁ ଅଳିଆ ଆଣି  ପୌର କାର୍ଯ୍ୟାଳୟ ସମ୍ମୁଖରେ ପକାଇ ଚାଲିଯାଇଛନ୍ତି।”

ତେବେ ଏହି ଘଟଣାକୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଖ ପ୍ରକାଶ କରିବା ସହ ଭୁଲ୍ ମଧ୍ୟ ସ୍ୱୀକାର କରିଛନ୍ତି। କାଳୀ ପୂଜା  ପାଇଁ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ଥିବାରୁ  ବିଳମ୍ୱ ଘଟିଥିଲା। ଏହି ଘଟଣାର ପୁଣି ଥରେ ପୁନରାବୃତ୍ତି ହେବ ନାହିଁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିଶୃତି ଦେଇଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣା ପାଇଁ ପୌରପରିଷଦର ଉଦାସୀନତାକୁ ସାଧାରଣରେ ଦାୟୀ କରାଯିବା ସହ ନିନ୍ଦା କରାଯାଇଛି।



from Odisha Reporter https://ift.tt/36juMeD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages