ଜଳିଗଲା ୩ ବଗି, ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 30, 2019

ଜଳିଗଲା ୩ ବଗି, ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି

ଇସଲାମାବାଦ: ପାକିସ୍ତାନରେ ଟ୍ରେନରେ ନିଆଁ ଲାଗିଯିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬୫ ଛୁଇଁଛି। ୩୦ରୁ ଅଧିକ ଆହତ ହୋଇଛନ୍ତି। ଆଜି ସକାଳେ ପାକିସ୍ତାନର କରାଚିରୁ ରାଓ୍ଲଲପିଣ୍ଡିକୁ ତେଜଗମ ଏକ୍ସପ୍ରେସ ଯାଉଥିବା ବେଳେ ରହିମ ୟାର ଖାନ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି।

ତେବେ ଏହି ଦୈନିକ ଏକ୍ପପ୍ରେସର ବଗିରେ ନିଆଁ ଲାଗିବାର କାରଣ ସାମ୍ନାକୁ ଆସିଛି। ଟ୍ରେନରେ ଥିବା ପାଣ୍ଟ୍ରି କାରର ଏକ ରୋଷେଇ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ କରିଥିଲା। ଏହାପରେ ୩ଟି ବଗିକୁ ନିଆଁ ବ୍ୟାପୀ ଯାଇଥିଲା। ଏବେ ତିନୋଟି ଯାକ ବଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ସହ ଯାତ୍ରୀଙ୍କୁ ଉଦ୍ଧାର କରୁଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି। ବଗିରେ ନିଆଁ ଲାଗିଯିବାରୁ ଅନେକ ଯାତ୍ରୀ ଚଳନ୍ତା ଟ୍ରେନରେ ଡିଆଁ ମାରି ଦେଇଥିଲେ। ଏହାପରେ ଅନେକ ଲୋକ ଆହତ ହୋଇଥିବା ସୂଚନା ରହିଛି।



from Odisha Reporter https://ift.tt/2JyeMeY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages