ବର୍ଷକର କାମ ୬ ବର୍ଷରେ ସରିଲା; ଏବେ ମରଣଯନ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 28, 2019

ବର୍ଷକର କାମ ୬ ବର୍ଷରେ ସରିଲା; ଏବେ ମରଣଯନ୍ତା

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଚାରି ବର୍ଷ ତଳେ ଶେଷ ହୋଇଥିଲା ଜଗତସିଂହପୁର ଜିଲ୍ଲାର ଆଳିପିଙ୍ଗଳ-ଦେବୀଦୋଳ ରାସ୍ତାର ନିର୍ମାଣ କାର୍ଯ୍ୟ। ଆଉ ଏବେ ରାସ୍ତାଟିର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ବଡ଼ ବଡ଼ ଗାତ ହୋଇଥିବା ଯୋଗୁ ଏ ରାସ୍ତାରେ ପ୍ରାୟ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ରାସ୍ତା ମରାମତି କରିବାକୁ ବାରମ୍ବାର ଦାବି କରାଯାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁ ନଥିବା ଯୋଗୁ ଏବେ ସ୍ଥାନୀୟ ଲୋକେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

ଏହି ରାସ୍ତାଟି ଜଗତସିଂହପୁର ସଦର ବ୍ଲକ୍‌ ଓ ନାଉଗାଁ ବ୍ଲକ୍‌କୁ ସଂଯୋଗ କରୁଛି। ଏହା ଉପରେ ୧୦ ଖଣ୍ଡ ଗାଁର ପ୍ରାୟ ୧୦ ହଜାର ଲୋକ ଯା’ଆସ କରନ୍ତି। ୨୦୦୯ ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିପାଇଁ ୪ କୋଟି ୧୧ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିଲା ଓ ବର୍ଷକରେ କାମ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ହେଲେ ରାସ୍ତା କାମ ଶେଷ ହେବାକୁ ୬ ବର୍ଷ ଲାଗିଥିଲା। ଆଉ କାମ ଶେଷ ହେବାର କିଛି ଦିନ ପରେ ଏହା ଖରାପ ହେବାକୁ ଲାଗିଥିଲା।

ଏବେ ଏହି ରାସ୍ତା ପୂରା ମରଣଯନ୍ତା ପାଲଟି ଯାଇଛି। ବଡ଼ ଗାତ ଗାତ ହୋଇଥିବା ଯୋଗୁ ବର୍ଷା ହେଲେ ପାଣି ଜମୁଛି ଓ ଲୋକେ ବାଇକ୍‌ ଆଦିରେ ଯିବାଆସିବା କଲା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି। ଭାରିଯାନ ଚାଲୁଥିବା ଯୋଗୁ ଏ ରାସ୍ତା ଅଧିକ ନଷ୍ଟ ହୋଇଗଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଉଲ୍ଳାସ ଜେନା ନାମକ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, “ଭାରିଯାନ ଯିବା ଯୋଗୁ ରାସ୍ତା ଖରାପ ହୋଇଯାଉଛି। ରାସ୍ତା ଖରାପ ହୋଇଯାଇଥିବାରୁ ଆମକୁ ଯିବା ଆସିବାରେ ଭାରି ଅସୁବିଧା ହେଉଛି। ଏହି ରାସ୍ତାରେ ରୋଗୀଙ୍କୁ ମେଡିକାଲ ନେବା ପାଇଁ ଭୟ ଲାଗୁଛି। ସରକାର ଶୀଘ୍ର ଏହାର ମରାମତି କରନ୍ତୁ। ଏହାସହ ଭାରିଯାନ ଚଳାଚଳ ବନ୍ଦ କରନ୍ତୁ। ସରକାର ଆମ କଥା ନ ଶୁଣିଲେ ଆଗାମୀ ଦିନରେ ଆନ୍ଦୋଳନ କରିବୁ।”

ସେହିପରି ଲାଲି ସାହୁ ନାମକ ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି, “ରାସ୍ତା ଖରାପ ହୋଇଯାଇଥିବା ଯୋଗୁ ଯିବା ଆସିବାରେ ଭାରି ଅସୁବିଧା ହେଉଛି।  ସ୍କୁଲ୍‌ ପିଲା ଏ ରାସ୍ତାରେ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ରାସ୍ତା ମରାମତି କରିବା ପାଇଁ ବହୁବାର ଦାବି କରାଯାଇଥିଲେ ବି କେହି ଆମ କଥା ଶୁଣୁ ନାହାନ୍ତି।”

ଜଗତସିଂହପୁର ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଗୋପାଳ ଶତପଥୀ କହିଛନ୍ତି, “ଏହି ରାସ୍ତା ଦେଇ ଭାରିଯାନ ଚଳାଚଳ କରୁଛି। ସେଥିପାଇଁ ରାସ୍ତା ଖରାପ ହେଉଛି। ଆମେ ଠିକାଦାରଙ୍କୁ ଡାକି କଥା ହେଇଛୁ। ବର୍ଷା ଦିନ ଗଲା ପରେ ରାସ୍ତା ମରାମତି କାମ ଆରମ୍ଭ ହେବ।”



from Odisha Reporter https://ift.tt/2JrHUoc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages