ତେଲକୋଇ(ଚିନ୍ମୟ କୁମାର ସାହୁ): ଶେଷରେ ଆଖି ବୁଜିଲା କେନ୍ଦୁଝର ଜିଲ୍ଲା ବାଂଶପାଳ ଉପରସୁମଠାରେ ଅସୁସ୍ଥ ହୋଇ ପଡ଼ି ରହିଥିବା ମାଈ ହାତୀ। ପ୍ରାୟ ୧୦ ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛି ଏହି ହାତୀ।
ଗତ ୨୭ ତାରିଖରେ ହାତୀଟି ଅସୁସ୍ଥ ହୋଇ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ବିଭାଗକୁ ଖବର ଦେଇଥିଲେ। ପରେ ଘଟଣାସ୍ଥଳରେ ବନ ବିଭାଗ ଓ ଡାକ୍ତରୀ ଟିମ୍ ପହଞ୍ଚି ହାତୀଟିର ଚିକିତ୍ସା ଆରମ୍ଭ କରିଥିଲେ।
କିଭଳି ହାତୀଟି ଅସୁସ୍ଥ ହେଲା ସେନେଇ ରକ୍ତ ନମୁନା ମଧ୍ୟ ସଂଗ୍ରହ କରିଥିଲେ। ତେବେ ଅସୁସ୍ଥ ହେବାର ପ୍ରକୃତ କାରଣ ଜଣା ପଡ଼ିନଥିଲା। କିନ୍ତୁ ହାତୀଟି ହରପିସ୍ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ନ ଥିବା ଡାକ୍ତରୀ ଟିମ୍ ସ୍ପଷ୍ଟ କରିଥିଲେ।
ଉପରସୁମଠରେ ହାତୀର ଚିକିତ୍ସା କରାଯାଉଥିଲେ ବି ସ୍ୱାସ୍ଥାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା । ଶେଷରେ ବିଶେଷଜ୍ଞ ଏବଂ ଡାକ୍ତରୀ ଟିମ୍ ହାତ ଟେକି ଦେଇଥିଲେ। ଆଜି ଏହି ମାଈ ହାତୀଟିର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ଗତ ମାସ ନନ୍ଦନକାନନରେ ହରପିସ୍ ଭୂତାଣୁ ସଂକମ୍ରଣରେ ଚାରି ହାତୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି କଟକ କୂଅମଡ଼ା ଜଙ୍ଗଲରେ କିଛିଦିନ ତଳେ ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା।
from Odisha Reporter https://ift.tt/31TyNE0
No comments:
Post a Comment