କାଠଯୋଡ଼ିକୁ ଡେଇଁଥିବା ଯୁବକଙ୍କ ପତ୍ତା ମିଳୁନି, ରେସ୍କ୍ୟୁ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 9, 2019

କାଠଯୋଡ଼ିକୁ ଡେଇଁଥିବା ଯୁବକଙ୍କ ପତ୍ତା ମିଳୁନି, ରେସ୍କ୍ୟୁ ଜାରି

କଟକ (ଓଡ଼ିଶା ରିପୋର୍ଟର): ପାରିବାରିକ କଳହରୁ ଗତକାଲି କାଠଯୋଡ଼ି ପୋଲ ଉପରୁ ଉଛୁଳା ନଦୀକୁ ଡେଇଁ ପଡ଼ିଥିବା ଯୁବକଙ୍କର ଏ ଯାଏ ପତ୍ତା ମିଳିନି। କାଲି ଓଡ୍ରାଫ୍ ଟିମ୍ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିବା ବେଳେ ଆଜି ଦ୍ୱିତୀୟ ଦିନରେ ବି ରେସ୍କ୍ୟୁ ଅପରେସନ ଜାରି ରହିଛି। ଏଥିରେ ଓଡ୍ରାଫ୍ ଟିମ୍, ଅଗ୍ନିଶମ କର୍ମଚାରୀ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ,  ଗତକାଲି ମଧ୍ୟାହ୍ନ ସମୟରେ ନିଆଳି ଅଞ୍ଚଳର ଦେବବ୍ରତ ମହାପାତ୍ର ବାଇକ୍‌ରେ କଟକରୁ ନଖରା ଅଭିମୁଖେ ଆସୁଥିଲେ। ସାଥୀରେ ଥିଲେ ତାଙ୍କର ପତ୍ନୀ ଓ ପୁଅ। ତେବେ ହଠାତ୍‌ ଦେବବ୍ରତ ନିଜ ବାଇକ୍‌କୁ କାଠଯୋଡ଼ି ପୋଲ ଉପରେ ରଖି ପତ୍ନୀ ଓ ପୁଅଙ୍କ ସମ୍ମୁଖରେ ଭରା ନଈକୁ ଡେଇଁ ପଡ଼ିଥିଲେ। ଚାହୁଁ ଚାହୁଁ କାଠଯୋଡିର ପ୍ରଖର ସୁଅରେ ଭାସି ଯାଇଥିଲେ ଦେବବ୍ରତ । ଏପଟେ ନିଜ ଆଖି ସାମ୍ନାରେ ଏହି ଘଟଣା ଦେଖି ହତବାକ୍ ହୋଇ ପଡ଼ିଥିଲେ ପତ୍ନୀ। ଏମିତିକି ସେ ମଧ୍ୟ ୪ ବର୍ଷର ପୁଅକୁ ଧରି ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିଲେ। ତେବେ ରାସ୍ତାରେ ଯାଉଥିବା ଜଣେ ମହିଳା ତାଙ୍କୁ ଧରି ପକାଇଥିଲେ।

ସୂଚନା ଅନୁସାରେ, ନଈକୁ ଡେଇଁଥିବା ଦେବବ୍ରତଙ୍କ ଘର ନିଆଳି ଥାନା କରଞ୍ଜ ଗାଁରେ। ୫ ବର୍ଷ ତଳେ ସେ ଜଣେ ହାଇସ୍କୁଲ ଶିକ୍ଷୟିତ୍ରୀଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସେ ଯାଜପୁରରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା କହିଥିଲେ। ମାତ୍ର ଦେବବ୍ରତ କିଛି କାମ କରୁନଥିବା ତାଙ୍କ ଶ୍ୱଶୁର ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିବା ଅଭିଯୋଗ ହୋଇଛି।

ଅଘଟଣ ପରେ ତୁରନ୍ତ ଦେବବ୍ରତଙ୍କୁ ଉଦ୍ଧାର ଲାଗି ଅଗ୍ନିଶମ ବାହିନୀର ୩ଟି ପାଓ୍ୱାର ବୋଟ୍ ଓ ଓଡ୍ରାଫ୍‌ ଟିମ୍‌ର ଗୋଟିଏ ପାଓ୍ୱାର ବୋଟ୍ ସହ ୨ ଜଣ ସ୍କୁବା ଡାଇଭରଙ୍କ ସହାୟତା ନିଆଯାଇଛି। ହେଲେ ଅଦ୍ୟାବଧି ତାଙ୍କର ପତ୍ତା ମିଳିନି।



from Odisha Reporter https://ift.tt/2MwJe9W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages