ମୁମ୍ୱାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଦୁଇ ସହଯୋଗୀ ଦଳ ବିଜେପି-ଶିବସେନା ମଧ୍ୟରେ ବିବାଦର ସମାଧାନ ହୋଇନାହିଁ। ତେଣୁ ମହାରାଷ୍ଟ୍ରରେ ସରକାର ଗଢ଼ିବା ବିଳମ୍ୱ ହେବ ବୋଲି ଜଣାପଡ଼ିଛି। ଏହାରି ଭିତରେ ମହାରାଷ୍ଟ୍ରର ବିଡ୍ ଜିଲ୍ଲାର ଚାଷୀ ଶ୍ରୀକାନ୍ତ ବି ଗଦଲେ ମୁଖ୍ୟମନ୍ତ୍ରୀ ହେବାକୁ ନିଜର ଇଚ୍ଛା ଜାହିର କରିଛନ୍ତି। ଏ ନେଇ ମହାରାଷ୍ଚ୍ର ରାଜ୍ୟପାଳଙ୍କୁ ସେ ଚିଠି ଲେଖିଛନ୍ତି।
ରାଜ୍ୟପାଳଙ୍କୁ ଶ୍ରୀକାନ୍ତ ଲେଖିଥିବା ଚିଠିରେ କହିଛନ୍ତି, ‘ଯେତେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ, ସେତେପର୍ଯ୍ୟନ୍ତ ମୋତେ ମୁଖ୍ୟମନ୍ତ୍ରୀ କରାଯାଉ’। ନିକଟରେ ଲଗାଣ ବର୍ଷା ପାଇଁ ଫସଲ ନଷ୍ଟ ହୋଇଯାଇଛି। ଏଥିପାଇଁ ଚାଷୀ ଜଟିଳ ସ୍ଥିତି ଦେଇ ଗତି କରୁଛନ୍ତି। ରାଜ୍ୟରେ ଶୀଘ୍ର ଏକ ସରକାରର ଆବଶ୍ୟକତା ରହିଛି।
#Maharashtra: Shrikant V Gadale, a farmer from Beed Dist. has written to the Governor stating,"till the time matter of CM post is sorted out,I should be made CM. It is a tough time for farmers due to crop damage after untimely rains.A govt in the state is needed at the earliest." pic.twitter.com/oR3PH1370V
— ANI (@ANI) November 1, 2019
ସୂଚନାଯୋଗ୍ୟ, ନଭେମ୍ୱର ୨୧ରେ ଭୋଟ ହୋଇ ନଭେମ୍ୱର ୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ବାହାରିଛି। ବିଜେପି ୧୦୫ଟି ଆସନ, ଶିବସେନା ୫୬, ଏନସିପି ୫୪, କଂଗ୍ରେସ ୪୪ଟି ଆସନରେ ଏବଂ ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ମିଶି ୨୯ଟି ଆସନରେ ବିଜୟୀ ହୋଇଛନ୍ତି। ସରକାର ଗଢ଼ିବା ପାଇଁ ୧୪୬ ରହିଛି ମ୍ୟାଜିକ ନମ୍ୱର। ମୁଖ୍ୟମନ୍ତ୍ରୀ ଆସନକୁ ନେଇ ବିଜେପି-ଶିବସେନା ମଧ୍ୟରେ ବିବାଦ ବଢ଼ିଛି। ଏହାରି ଭିତରେ ଶିବସେନା ଏନସିପି-କଂଗ୍ରେସ ସହ ମିଶି ସରକାର ଗଢ଼ିବ ବୋଲି ଚିନ୍ତା କରୁଥିବା ଜଣାପଡ଼ିଛି।
from Odisha Reporter https://ift.tt/2N61wAq
No comments:
Post a Comment