ଝାରସୁଗୁଡା(ଭାଗିରଥୀ ସାହୁ): ସ୍କୁଲ ଛୁଟି ପରେ ପିଲାଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ। ଏପରି ଗଣ୍ଡଗୋଳକୁ ସମାଧାନ କରିବାକୁ ଯାଇଥିବା ପ୍ରଧାନ ଶିକ୍ଷକ ଜଣେ ଛାତ୍ରଙ୍କୁ ମାଡ଼ ମାରିଲେ। ମାତ୍ର ସେଥିରେ ଛାତ୍ରଜଣକ ଗୁରୁତର ହୋଇ ପଡ଼ିଥିବା ଜଣାଯାଇଛି। ଝାରସୁଗୁଡାରେ ଜିଲ୍ଲାରେ ଏପରି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି।
ଅଭିଯୋଗ ଅନୁଯାୟୀ, ବାଲିଜୋରି ନୋଡାଲ ପ୍ରାଥମିକ ବିଦ୍ୟାଳୟର କିଛି ଛାତ୍ରଙ୍କ ମଧ୍ୟରେ ଗତକାଲି ସ୍କୁଲ ଛୁଟି ପରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା । ସେମାନଙ୍କୁ ଆକଟ କରିବାକୁ ଯାଇ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ପ୍ରଧାନ ଶିକ୍ଷକ ମାଡ ମାରି ଥିଲେ। କିନ୍ତୁ ଘରକୁ ଯିବା ପରେ ଛାତ୍ରଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା । ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।
ଶିଶୁ ମଙ୍ଗଳ କମିଟି ସଦସ୍ୟ ମେଡିକାଲରେ ପହଞ୍ଚି ଗୁରୁତର ଛାତ୍ରଙ୍କ ପରିବାର ଲୋକଙ୍କ ସହ କଥା ହୋଇଛନ୍ତି। ସେପଟେ ଛାତ୍ରଙ୍କୁ ମାଡମରା ଘଟଣାର ତଦନ୍ତ ପାଇଁ ବ୍ଲକ ଶିକ୍ଷାଧିକାରୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ। ଏ ସମ୍ପର୍କରେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିବା ବେଳେ ବି ତାହା ସମ୍ଭବ ହୋଇ ପାରି ନ ଥିଲା।
from Odisha Reporter https://ift.tt/2qfW6d1
No comments:
Post a Comment