ବାରିପଦା(ମାଣିକ ଲାଲ୍ ପାଣି): ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ବର୍ଷା ଯୋଗୁ ଜୁନ୍ ୧୫ ତାରିଖରୁ ଶିମିଳିପାଳକୁ ପ୍ରବେଶ ନିଷେଧ କରାଯାଇଥିଲା।
ଆଜି ପ୍ରଥମ ଦିନରେ ବାରିପଦା- ପିଠାବଟା ଅଥବା ଲୁଲୁଙ୍ଗ ପଟ ଦେଇ ୧୫ଟି ଗାଡ଼ିକୁ ଯିବାକୁ ଅନୁମତି ଦିଆଯାଇଛି। ସେହିପରି ଯଶିପୁର ପଟ କାଳିଆଣି ଗେଟ୍ ଦେଇ ମଧ୍ୟ ପର୍ଯ୍ୟଟକ ଶିମିଳିପାଳ ଭିତରକୁ ପ୍ରବେଶ କରିପାରିବେ। ପ୍ରଥମ ଦିନରେ ମୋଟ ୧୦୧ ଜଣ ପର୍ଯ୍ୟଟକ ଏହି ଅଭୟାରଣ୍ୟ ଭିତରକୁ ଯାଇଛନ୍ତି।
ପ୍ରଥମ ଦିନରେ ଅଭୟାରଣ୍ୟ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କୁ ଫୁଲ ଦେଇ ସ୍ୱାଗତ କରୁଛନ୍ତି। ଏହାସହ ଅଭୟାରଣ୍ୟକୁ ପ୍ଲାଷ୍ଟିକ୍, ମାଦକଦ୍ରବ୍ୟ ଏବଂ ନିଆଁ ଲାଗୁଥିବା ସାମଗ୍ରୀ ନେବାକୁ ବ୍ୟାନ କରାଯାଇଛି। ପର୍ଯ୍ୟଟକମାନେ ସକାଳ ୮ଟା ସୁଦ୍ଧା ଗେଟ୍ରେ ଅନୁମତି ପତ୍ର ପାଇବେ। ଏଥିସହ ଜଣେ ଲେଖାଏ ଗାଇଡ୍ ନେବା ବାଧ୍ୟତାମୂଳକ ରହିଛି।
ବାରିପଦା ଗେଟ୍ ଦେଇ ଶିମିଳିପାଳକୁ ପ୍ରବେଶ କରିଥିବା ପର୍ଯ୍ୟଟକ ଯଶିପୁର ବାଟ ଦେଇ ଫେରିବେ। ସେହିପରି ଯଶିପୁର ପଟ ଦେଇ ଯାଇଥିବା ପର୍ଯ୍ୟଟକ ବାରିପଦା ଦେଇ ଫେରିବେ।
from Odisha Reporter https://ift.tt/2oChby7
No comments:
Post a Comment