ନୂଆଦିଲ୍ଲୀ: ଦିଲ୍ଲୀର ପଶ୍ଚିମ ଜିଲ୍ଲା ସ୍ଥିତ ପଞ୍ଜାବୀ ବାଗ୍ ପୁଲିସ ଜଣେ ସ୍ମାର୍ଟ ଲୁଟେରାକୁ ଗରିଫ୍ କରିଛି। ଏହି ୨୨ ବର୍ଷୀୟ ଲୁଟେରା ବିଭିନ୍ନ ଉପାୟରେ ମୋବାଇଲ୍ ସାଙ୍ଗକୁ ଗାଡ଼ି ଚୋରି କରିବାରେ ଓସ୍ତାଦ୍ ଥିଲା। ମୁଖ୍ୟତଃ ରାସ୍ତାରେ ଚାଲିଚାଲି ମୋବାଇଲ୍ ଧରି ଯାଉଥିବା କମ୍ ବୟସ୍କ ଝିଅଙ୍କୁ ଟାର୍ଗେଟ୍ କରୁଥିଲା ଏହି ଯୁବ ଲେଟେରା।
ଗିରଫ ହୋଇଥିବା ଲୁଟେରାର ନାମ ନିରଜ ଓରଫ୍ ଲଳିତ। ତା’ ବିରୋଧରେ ୬୦ରୁ ଅଧିକ ମାମଲା ରହିଛି। ଘର ପଶ୍ଚିମ ଜିଲ୍ଲାର ମଙ୍ଗୋଲପୁରୀ ବୋଲି ଡିସିପି ଦୀପକ ପୁରୋହିତ କହିଛନ୍ତି। ଲଳିତ ନିକଟରୁ ୫ଟି ମୋବାଇଲ୍, ୩ଟି ଚୋରା ବାଇକ୍-ସ୍କୁଟି ଏବଂ ଗୋଟିଏ ପିସ୍ତଲ ପୁଲିସ୍ ଜବତ କରିଛି। ଲଳିତ ଗିରଫ ହେବା ପରେ ପୁଲିସ୍ ପଚରା ଉଚରା କରିଥିଲା। ଏହାପରେ ଅନେକ ଚୋରି ମାମଲାର ତଦନ୍ତ ପୁଲିସ୍ ଆଗକୁ ବଢ଼ାଇଛି।
ଲଳିତ ପୂର୍ବରୁ ମଧ୍ୟ ଚୋରି ମାମଲାରେ ତିହାର ଜେଲ୍ ଯାଇସାରିଛି। ହେଲେ ଜେଲରେ ବାହାରିବା ପରେ ପୁଣି ଥରେ ଚୋରି କାମରେ ନିୟୋଜିତ ରହୁଥିଲା ବୋଲି ଜଣାପଡ଼ିଛି। ଲୁଟ୍ କରିବା ବେଳେ ଲଳିତ ଜଣେ ଛାତ୍ର ଭଳି ଡ୍ରେସ ପିନ୍ଧୁଥିଲା। ଏମିତିକି ପାଠ ପଢ଼ିବାକୁ ଯିବା ଭଳି ବ୍ୟାଗ୍ କାନ୍ଧରେ ପକାଉଥିଲେ। ଯାହାର ସୁଯୋଗ ନେଇ ପାଠ ପଢ଼ୁଆ ଛାତ୍ରୀଙ୍କୁ ଟାର୍ଗେଟ୍ କରୁଥିଲା। ଚୋରି କରିବା ବେଳେ ଲଳିତ ଚୋରା ବାଇକ୍ ନହେଲେ ସ୍କୁଟି ବ୍ୟବହାର କରୁଥିଲା ବୋଲି ଜଣାପଡ଼ିଛି।
from Odisha Reporter https://ift.tt/310iUdD
No comments:
Post a Comment