ପାରୋଲରେ ବାହାରିଲେ ହରିଆଣାର ଭାବି ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତଙ୍କ ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 26, 2019

ପାରୋଲରେ ବାହାରିଲେ ହରିଆଣାର ଭାବି ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତଙ୍କ ବାପା

ନୂଆଦିଲ୍ଲୀ: ୧୪ ଦିନିଆ ପାରୋଲରେ ବାହାରିଲେ ହରିଆଣାର ଭାବି ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ବାପା ତଥା ହରିଆଣାର ପୂର୍ବତନ ମନ୍ତ୍ରୀ ଅଜୟ ଚୌଟାଲା। ଗୃହ ବିଭାଗର ଅନୁମତି କ୍ରମେ ଗତକାଲି ତିହାର ଜେଲ ପ୍ରଶାସନ ଏହି ଅନୁମତି ଦେଇଥିଲା। ଆଜି ହରିଆଣାରେ ବିଜେପି-ଜେଜେପି ମେଣ୍ଟ ସରକାର ଶପଥ ଗ୍ରହଣ କରିବେ। ଏହି ଅବସରରେ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଅଜୟ ଚୌଟାଲା ପୁଅର ଶପଥ ଗ୍ରହଣ ଉତ୍ସବ ସମାରୋହରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ହରିଆଣାରେ ଶିକ୍ଷକ ନିଯୁକ୍ତି ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଅଜୟ ଜେଲରେ ସଜା କାଟୁଛନ୍ତି। ଇଣ୍ଡିଆନ ନ୍ୟାଶନାଲ ଲୋକଦଳ (ଆଇଏନଏଲଡି)ର ଅଧ୍ୟକ୍ଷ ଓମ୍ ପ୍ରକାଶ ଚୌଟାଲା ଏବଂ ପୁଅ ଅଜୟ ଚୌଟାଲାଙ୍କୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ୧୦ ବର୍ଷ ଲେଖାଏଁ ଜେଲ୍ ସଜା ଶୁଣାଇଛନ୍ତି। ଏହି ଘୋଟାଲାରେ ମୋଟ ୫୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଜେଲରେ ସଜା କାଟୁଥିବା ବ୍ୟକ୍ତିଙ୍କୁ ଭଲ ବ୍ୟବହାର ପାଇଁ ଆଇନତଃ ୪୯ ଦିନର ପାରୋଲ ମିଳିଥାଏ। ଅଜୟ ଚୌଟାଲା ପୂର୍ବରୁ ପାରୋଲରେ ଆସିଥିଲେ। ହେଲେ ୧୪ ଦିନ ବଳକା ରହିଥିଲା। ତେଣୁ ଏବେ ସେ ପାରୋଲ ପାଇଁ ଅନୁମତି ମାଗିଥିଲେ।



from Odisha Reporter https://ift.tt/342kWvN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages