ବେଙ୍ଗାଲୁରୁ: ମନି ଲଣ୍ଡ୍ରିଂ ମାମଲାରେ ଜାମିନ ପାଇଥିବା କଂଗ୍ରେସ ନେତା ଡିକେ ଶିବକୁମାର ଗତକାଲି ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଏହି ଅବସରରେ କଂଗ୍ରେସ କର୍ମୀମାନେ ରାଜ୍ୟର ପୂର୍ବତନ ମନ୍ତ୍ରୀ ଶିବ କୁମାରଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି। ଏହି ସ୍ୱାଗତ ସମାରୋହରେ ସାମିଲ୍ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡିକେ କୁମାରସ୍ୱାମୀ। ସବୁଠୁ ବଡ଼ କଥା ହେଲା ଶିବ କୁମାରଙ୍କୁ ଫୁଲ୍ ବଦଳରେ ସେଓରେ ତିଆରି ମାଳରେ ସ୍ୱାଗତ କରାଯାଇଥିଲା। ଯାହାର ଓଜନ ୨୫୦ କିଲୋରୁ ଅଧିକ ଥିଲା। ଆଉ ଏହି ମାଳକୁ ଏକ କ୍ରେନ ଜରିଆରେ ଟେକି ରଖି ଶିବକୁମାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ଶିବ କୁମାରଙ୍କ ସମର୍ଥକ ଓ କଂଗ୍ରେସ କର୍ମୀ।
ସେପ୍ଟେମ୍ବର ୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାୱାଲା କାରବାର ଓ ଟିକସ ଫାଙ୍କି ଥିବା ଅଭିଯୋଗରେ ଶିବକୁମାରଙ୍କୁ ଗିରଫ କରିଥିଲା। ତାଙ୍କୁ ତିହାର ଜେଲର ବିଚାର ବିଭାଗୀୟ ହାଜତରେ ରଖାଯାଇଥିଲା।
ଚଳିତ ମାସ ୨୩ ତାରିଖରେ ଡିକେ ଶିବକୁମାରଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ୨୫ ଲକ୍ଷର ବେଲ ବଣ୍ଡ ବଳରେ ତାଙ୍କୁ କୋର୍ଟ ଜାମିନ ଦେଇଛନ୍ତି। ତେବେ କୋର୍ଟଙ୍କ ବିନା ଅନୁମତିରେ ଶିବକୁମାର ଦେଶ ଛାଡ଼ି ବାହାରକୁ ଯାଇ ପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।
from Odisha Reporter https://ift.tt/2Pm69rJ
No comments:
Post a Comment