କଶ୍ମୀରରେ ୬ ପଶ୍ଚିମବଙ୍ଗ ଶ୍ରମିକଙ୍କୁ ହତ୍ୟା ଘଟଣା, ଶୋକ ପ୍ରକାଶ କଲେ ମମତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 29, 2019

କଶ୍ମୀରରେ ୬ ପଶ୍ଚିମବଙ୍ଗ ଶ୍ରମିକଙ୍କୁ ହତ୍ୟା ଘଟଣା, ଶୋକ ପ୍ରକାଶ କଲେ ମମତା

କୋଲକାତା: ପଶ୍ଚିମବଙ୍ଗ ମୁର୍ଶିଦାବାଦର ୫ ଶ୍ରମିକଙ୍କୁ ଗତକାଲି କଶ୍ମୀରରେ ହତ୍ୟା କରିଛନ୍ତି ଆତଙ୍କବାଦୀ। ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଭଳି ଘଟଣାକୁ ମମତା ନିନ୍ଦା କରିବା ସହିତ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟେ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଆଜି ମୃତକଙ୍କ ପରିବାର ଲୋକଙ୍କୁ ଭେଟିବେ ବୋଲି ଜଣାପଡ଼ିଛି।

ମୃତ ୫ ଶ୍ରମିକ ହେଲେ ମୁର୍ଶିଦାବାଦର କମାଲୁଦ୍ଦିନ, ମୁରସାଲିମ୍, ରୋଫିକ, ନୋମୁଦ୍ଦିନ ଏବଂ ରଫିକୁଲ। ଅନ୍ୟ ଜଣେ ଶ୍ରମିକ ଜୋହିରୁଦ୍ଦିନ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏମାନେ ସମସ୍ତେ କୁଲଗାମ୍‌ ଜିଲ୍ଲାର ଏକ କନଷ୍ଟ୍ରକସନ କମ୍ପାନୀରେ କାମ କରୁଥିଲେ। ଆତଙ୍କବାଦୀ ମାନେ ସେହି କମ୍ପାନୀ ପାଖକୁ ଆସି ଗୁଳିବର୍ଷଣ କରିଥିଲେ। ଏହାପରେ ୫ ଶ୍ରମିକଙ୍କୁ ଅପହରଣ କରି ନେଇ ହତ୍ୟା କରିଥିଲେ।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ୩ ମାସ ପୂରିବାକୁ ଯାଉଛି। ଅକ୍ଟୋବର ୧୪ରେ ପୋଷ୍ଟ ପେଡ୍ ମୋବାଇଲ ସେବା ସକ୍ରିୟ ହେବା ପରେ ଆତଙ୍କବାଦୀଙ୍କ ଗତିବିଧି ସକ୍ରିୟ ହୋଇଛି।



from Odisha Reporter https://ift.tt/32XmaIp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages