ଜୟପୁର, ରାଜସ୍ଥାନ: ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ରାଜସ୍ଥାନ ସରକାର କିଛି ଗୁଟଖା ଓ ପାନ ମସଲା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆଗାମୀ ଦିନରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯିବ କି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ଯାହାର ଜବାବରେ ସେ କହିଛନ୍ତି ରାଜ୍ୟରେ ମଦ ବିକ୍ରି ବନ୍ଦ କରିହେବ ନାହିଁ। ଯଦି ବନ୍ଦ ହେବ ତାହେଲେ ଅସାଧୁ ଉପାୟରେ ମଦ ବିକ୍ରି ବଢ଼ିଯିବ।
ଏହାର ଉଦାହରଣ ଦେବାକୁ ଯାଇ ଗୁଜରାଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଗେହଲଟ। ସେ କହିଛନ୍ତି ସାରା ଦେଶରେ ସବୁଠାରୁ ଅଧିକ ମଦ ବିକ୍ରି ହେଉଛି ଗୁଜରାଟରେ। ସ୍ୱାଧୀନତା ପରେ ଜାତିର ପିତା ମହାତ୍ମାଗାନ୍ଧିଙ୍କ ରାଜ୍ୟରେ ଏବେ ମଦକୁ ନେଇ ଏହି ସ୍ଥିତି ରହିଛି। ମୁଁ ବର୍ଷେ ହେବ ଗୁଜରାଟରେ ଥିଲି। ତେଣୁ କିଭଳି ମଦ ବିକ୍ରି ହେଉଛି ଜାଣିଛନ୍ତି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।
୧୯୭୭ରେ ରାଜସ୍ଥାନରେ ମଦ ବିକ୍ରି ଉପରେ ରୋକ୍ ଲଗାଯାଇଥିଲା। ହେଲେ ଏହି ନିଷ୍ପତ୍ତି ବିଫଳ ହୋଇଥିଲା ବୋଲି ସେ କହିଛନ୍ତି।
from Odisha Reporter https://ift.tt/35cS318
No comments:
Post a Comment