ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ନେହା କକ୍କରଙ୍କ ନୂଆ ପଞ୍ଜାବୀ ଗୀତ ‘Wah Wai Wahh’। ଏହି ଗୀତକୁ ନେହାଙ୍କ ସହିତ ଗାୟକ ସୁଖ୍ଦୀପ୍ ସିଂହ ଦୟାଲ୍ (ସୁଖୀ ମ୍ୟୁଜିକାଲ୍ ଡକ୍ଟର୍ଜ ନାଁରେ ଜଣାଶୁଣା) ମଧ୍ୟ ଗାଇଛନ୍ତି। ଗୀତଟି ୟୁଟ୍ୟୁବ୍ରେ ଜବରଦସ୍ତ ଟ୍ରେଣ୍ଡ୍ କରୁଛି। ଏହି ଗୀତରେ ନେହା ଓ ସୁଖୀଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଭିଡିଓଟିକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ଏହି ଭିଡିଓରେ ଉଭୟ ରୋମାଣ୍ଟିକ୍ ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି। ଇଣ୍ଟରନେଟ୍ରେ ଏହି ଭିଡିଓ ପୂରା ଛାଇ ଯାଇଛି। ସୁଖୀ ଏହାକୁ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଶେଆର କରିଛନ୍ତି।
ଏମିତିରେ ନେହାଙ୍କ ଭିଡିଓ ଭାଇରାଲ୍ ହେବା କିଛି ନୂଆ କଥା ନୁହେଁ। ବିଭିନ୍ନ ସମୟରେ ତାଙ୍କର ଟିକ୍ଟକ୍ ଭିଡିଓ ସୋଶାଲ୍ ମିଡିଆରେ ଜବରଦସ୍ତ ଭାଇରାଲ୍ ହୋଇଥାଏ।
ସୂଚନାଯୋଗ୍ୟ, ବୟଫ୍ରେଣ୍ଡ ହିମାଂଶ କୋହଲିଙ୍କ ସହିତ ବ୍ରେକ୍ଅପ୍ ପରେ ଖୁବ୍ ଭାଙ୍ଗି ପଡ଼ିଥିଲେ ନେହା। ସେହିଭଳି ‘ଇଣ୍ଡିଆନ୍ ଆଇଡଲ୍ ୧୦’ର ପ୍ରତିଯୋଗୀ ବିଭୋର ପରାଶରଙ୍କ ସହିତ ତାଙ୍କର ଆଫେୟାର ଚାଲିଥିବା ନେଇ ଦୁଇ ମାସ ତଳେ ଖୁବ୍ ଚର୍ଚ୍ଚା ହୋଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ନେହା ଏକ ପ୍ରକାର ଡିପ୍ରେସନ୍କୁ ଚାଲିଯାଇଥିଲେ। ଏଭଳି ଗୁଜବ ପ୍ରଚାର ନ କରିବାକୁ ସେ ସୋଶାଲ୍ ମିଡିଆ ମାଧ୍ୟମରେ ଲୋକଙ୍କୁ ଅନୁରୋଧ କରିଥିଲେ।
from Odisha Reporter https://ift.tt/30QAjFI
No comments:
Post a Comment