ଗୁଣ ସାଗରଙ୍କ ଗଳା କାଟି ପିଙ୍ଗି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 6, 2019

ଗୁଣ ସାଗରଙ୍କ ଗଳା କାଟି ପିଙ୍ଗି ଦେଲେ

ଝାରସୁଗୁଡ଼ା( ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ପୁଡ଼ାମାଲ ଗାଁ ନିକଟରୁ ଜଣେ ବ୍ୟକ୍ତିର ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରଯାଇଛି। ତାଙ୍କ ନାଁ ଗୁଣସାଗର ଦାଶ। ତାଙ୍କ ଘର ପୁଡ଼ାମାଲ ଗାଁରେ। ଗୁଣସାଗରଙ୍କ ବୟସ ୪୭ ବର୍ଷ।  

ଗତକାଲି ରାତି ପ୍ରାୟ ୮ ଟା ସମୟରେ ଗୁଣସାଗର ନିଜ ଘରୁ ବାହାରକୁ ଯାଇଥିଲେ। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ। ଏହାପରେ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ। ଆଜି ସକାଳେ ଗାଁ ନିକଟ ଏକ ରାସ୍ତା ପାର୍ଶ୍ଵରୁ ଗଳା କଟା ଅବସ୍ଥାରେ ଗୁଣସାଗରଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଅବଗତ କରାଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଫରେନସିକ୍‌ ଟିମ୍‌ ଓ ପୁଲିସ୍‌ ଟିମ୍‌  ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।



from Odisha Reporter https://ift.tt/2VjVmz0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages