ସ୍ୱାଭାବିକ ହେଲା ଘାଟି ରାସ୍ତା ; ଟିମ୍‌ ଆସିଲାନି, ଯାତ୍ରୀ ଉଠାଇଲେ ମାଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 2, 2019

ସ୍ୱାଭାବିକ ହେଲା ଘାଟି ରାସ୍ତା ; ଟିମ୍‌ ଆସିଲାନି, ଯାତ୍ରୀ ଉଠାଇଲେ ମାଟି

କୋରାପୁଟ(ସୂର୍ଯ୍ୟ ପଣ୍ଡା): ମାଟି ଅତଡ଼ା ଧସି ରାସ୍ତା ଉପରେ ପଡ଼ିଥିବାରୁ ଗତରାତିଠୁ ଜାମ୍‌ ହୋଇ ପଡ଼ିଥିବା ଆନ୍ଧ୍ର-ଓଡିଶା ସୀମାନ୍ତ ସାଲୁର ଘାଟି ଆଜି ସ୍ୱାଭାବିକ ହେଲା । ଗତକାଲି ବିଳମ୍ବିତ ରାତିରେ ହଠାତ୍‌  ପାହାଡରୁ ମାଟି ଅତଡ଼ା ଧସି ରାସ୍ତା ଉପରେ ପଡିରହିଥିଲା । ଏଥିଯୋଗୁ ୨୬ନମ୍ବର ଜାତୀୟ ରାଜପଥରେ ଶହଶହ ଗାଡ଼ି ଅଟକି ରହିଥିଲା।

ଆଜି ସକାଳ ସୁଦ୍ଧା ଘଟଣାସ୍ଥଳରେ ଏନ୍ଏଚ୍ଆଇ କର୍ତ୍ତୃପକ୍ଷ କିମ୍ବା କୌଣସି ଟିମ୍ ପହଞ୍ଚି ନଥିଲେ । ଫଳରେ ରାସ୍ତାରେ ଅଟକି ରହିଥିବା ଟ୍ରକ ଚାଳକ ଏବଂ ଯାତ୍ରୀ ହିଁ ରାସ୍ତାରୁ ମାଟି ହଟାଇଥିଲେ । ଏହାପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।

ମାଟି ଅତଡ଼ା ଧସି ପଡ଼ିବାରୁ ଭୁବନେଶ୍ୱରରୁ ଜୟପୁର ଅଭିମୁଖେ ଯାଉଥିବା ଗାଡ଼ି ଓ ଆନ୍ଧ୍ରରୁ ଓଡ଼ିଶା ଆସୁଥିବା ଗାଡ଼ି  ଘାଟିରେ କାଲି  ରାତିରୁ ଅଟକି ରହିଥିଲା ।



from Odisha Reporter https://ift.tt/2pA7G2z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages