ବାହାଘର ପରେ ବଦଳି ଯାଇଛନ୍ତି ରଣବୀର ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 11, 2019

ବାହାଘର ପରେ ବଦଳି ଯାଇଛନ୍ତି ରଣବୀର !

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ବାହାଘରକୁ ଆସନ୍ତା ମାସରେ ବର୍ଷେ ପୂରିଯିବ। ଗତବର୍ଷ ନଭେମ୍ବର ମାସରେ ସେମାନେ ଇଟାଲୀରେ ବାହା ହୋଇଥିଲେ। ଦୁହିଁଙ୍କ ବୈବାହିକ ଜୀବନ ସୁରୁଖୁରୁରେ ଚାଲୁଥିବା ବେଳେ ୟା ଭିତରେ ରଣବୀରଙ୍କ ଠାରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। ତାଙ୍କଠାରେ ଦେଖାଯାଇଥିବା ଏ ପରିବର୍ତ୍ତନ ବିଷୟରେ ତାଙ୍କ ପତ୍ନୀ ଦୀପିକା ହିଁ କହିଛନ୍ତି। ନିକଟରେ ସେ ଏକ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ଏ କଥା କହିଥିଲେ।

ବାହାଘର ପରେ ରଣବୀରଙ୍କ ଠାରେ ସେ କି ପ୍ରକାର ପରିବର୍ତ୍ତନ ଦେଖିଛନ୍ତି ବୋଲି ପଚରାଯିବାରେ ଦୀପିକା କହିଥିଲେ,“ଏ ବିଷୟରେ ତାଙ୍କୁ ପଚାରିଲେ ଅଧିକ ଭଲ ହେବ। ସେ ସ୍ପଷ୍ଟ ଭାବେ କହିପାରିବେ ଯେ ବାହାଘର ପରେ ତାଙ୍କର କି ପରିବର୍ତ୍ତନ ହୋଇଛି। ତେବେ ମୁଁ କେବଳ ଏତିକି କହିପାରିବେ ଯେ ବାହାଘର ପରେ ସେ ଅଧିକ ଦାୟିତ୍ୱବାନ୍‌ ହୋଇଯାଇଛନ୍ତି।”

ଏଥିରେ ଦୀପିକା ଆହୁରି କହିଥିଲେ ଯେ ରଣବୀରଙ୍କୁ ଜୀବନସାଥୀ ଭାବେ ବାଛି ସେ ତାଙ୍କ ଜୀବନର ସବୁଠୁ ଭଲ ନିଷ୍ପତ୍ତି ନେଇଛନ୍ତି। ସେ କହିଥିଲେ, “ମୁଁ ବହୁତ ଲକି। ବାହାଘର ପରେ ବି ଆମେ ଡେଟିଂ କଲା ଭଳି ଲାଗୁଛି। ତେବେ ବାହାଘର ପରେ ଆମେ ପରସ୍ପରକୁ ଆହୁରି ଭଲ ଭାବେ ଜାଣି ପାରିଛୁ। ପରସ୍ପର ସହିତ ଅଧିକରୁ ଅଧିକ ସମୟ ବିତାଇବାକୁ ଚେଷ୍ଟା କରୁଛୁ। ତା’ସହିତ ଉଭୟଙ୍କ ଦାୟିତ୍ୱ ବି ବଢ଼ିଯାଇଛି।”



from Odisha Reporter https://ift.tt/2MaHy6Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages