ବିଜାପୁର: ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛି। ଏ ନେଇ ଛତିଶଗଡ଼ ପୁଲିସ୍ ସୂଚନା ଦେଇଛି। ଏହି ଗୁଳିବିନିମୟ ବିଜାପୁର ଜିଲ୍ଲାର ଉସୋର ଥାନା ଅଧିନରେ ଥିବା ଟେକମେଟଲା ଜଙ୍ଗଲରେ ଘଟିଛି। ଗତକାଲି ସକାଳୁ ସକାଳୁ ଏହି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।
ରାଜଧାନୀ ରାୟପୁରରୁ ୪୫୦ କିଲୋମିଟର ଦୂରରେ ଥିବା ଏହି ସ୍ଥାନରେ ମାଓ ଦମନ ପାଇଁ ଉଭୟ ସିଆରପିଏଫ୍ ଏବଂ ସ୍ଥାନୀୟ ପୁଲିସ ମିଳିତ ଅପରେସନ କରୁଥିଲେ। ଟେକମେଟଲା ଗାଁ ନିକଟରେ ଥିବା ଜଙ୍ଗଲକୁ ସିଆରପିଏଫ ଯବାନ ଘେରିଯିବା ପରେ ମାଓବାଦୀଙ୍କ ପଟୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହାପରେ ମାଓବାଦୀ ମାନେ ଜଙ୍ଗଲ ଭିତରକୁ ଖସି ପଳାଇଥିଲେ ବୋଲି ଜଣାପଡ଼ିଛି।
ଯବାନ ମାନେ ମଧ୍ୟ ସର୍ଚ୍ଚ ଅପରେସନକୁ ଆହୁରି ଆଗକୁ ନେବାକୁ ଯାଇ ଜଙ୍ଗଲ ଭିତରକୁ ପଶିଥିଲେ। ଏହି ସମୟରେ ଜଣେ ମାଓବାଦୀର ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ଯବାନମାନେ। ମୃତ ମାଓବାଦୀର ପରିଚୟ ମିଳିନାହିଁ।
from Odisha Reporter https://ift.tt/2B3PReF
No comments:
Post a Comment