ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବିଶ୍ରା ଥାନା ଅଞ୍ଚଳର ଜଣେ ଯୁବତୀ ଅନ୍ଲାଇନ୍ ଲୁଟେରାଙ୍କ ଶିକାର ହୋଇଛନ୍ତି। ଡିଟିଡିସି କୋରିଅର କମ୍ପାନୀ ନାଁରେ ଯୁବତୀଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଲୁଟ୍ ହୋଇଛି । ୟୁପିଆଇ ଆଇଡି ଦ୍ୱାରା ପେଟିଏମ ଆକାଉଣ୍ଟ ମାଧ୍ୟମରେ ଯୁବତୀଙ୍କ ଆକାଉଣ୍ଟରେ କଳା କନା ବୁଲାଇ ଦେଲେ ଲୁଟେରା ।
ସୂଚନା ମୁତାବକ, ବିଶ୍ରା ଥାନା ଅଞ୍ଚଳରେ ରହୁଥିବା ଗରୀମା ଅଗ୍ରୱାଲ ନାମ୍ନୀ ଯୁବତୀଙ୍କ ଜଣେ ସମ୍ପର୍କୀୟ ଅନ୍ଲାଇନ୍ରୁ କିଛି ଜିନିଷ ଅର୍ଡର କରିଥିଲେ। ଆଉ ଡେରି ହେବାରୁ ସେ ଗୁଗଲ୍ରୁ କୋରିଅର ନମ୍ବର ବାହାର କରି ଗରୀମାଙ୍କୁ ଚେକ୍ କରିବାକୁ କହିଥିଲେ। ହେଲେ ଏହା ଥିଲା ଅନ୍ଲାଇନ୍ ଠକଙ୍କ ଫ୍ରଡ଼ ନମ୍ବର।
ଯାହାକୁ କଲ୍ କଲା ପରେ ଡିଟିଡିସ କୋରିଅରରୁ କହୁଛି , ୧୦ ଟଙ୍କା ପେମେଣ୍ଟ ପାଇଁ କୋରିଅର ଡେଲିଭରି ହେଇ ପାରୁନି ବୋଲି ଅପରପାର୍ଶ୍ୱରୁ ଜଣେ କହିଥିଲେ। ଏଥିନିମନ୍ତେ ସେ ପେଟିଏମ୍ର ଏକ ଲିଙ୍କ ଦେଇଥିଲା। ଲିଙ୍କ ମାଧ୍ୟମରେ ପେମେଣ୍ଟ କରିଥିଲେ ଗରୀମା। ହେଲେ କିଛି ସମୟ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୩ ଥରରେ ୫୦ ହଜାର ଟଙ୍କା ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର୍ ହୋଇ ଯାଇଥିଲା। ଏହାକୁ ନେଇ ଗରୀମା ବିଶ୍ରା ଥାନାରେ ଅଭିଯୋଗ ଆଣିଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2OQ9vmH
No comments:
Post a Comment