ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ। ଆଜିର ଦିନକୁ ସମଗ୍ର ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଦେଶବ୍ୟାପୀ ଏକତା ପାଇଁ ଦୌଡ଼ ବା ରନ୍ ଫର ୟୁନିଟି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଭୁବନେଶ୍ୱରରେ ମଧ୍ୟ ଏକତା ଦୌଡର ଆୟୋଜନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଶୁଭାରମ୍ଭ କରିଥିଲେ। ରେଳବାଇ ଷ୍ଟାଡିୟମରୁ ସକାଳ ୬ଟା ୩୦ରେ ଗଣଦୌଡ ଆରମ୍ଭ ହୋଇଥିଲା। ଏଥିରେ ବିଭିନ୍ନ ବର୍ଗ ଓ ବୟସର ଲୋକ ସାମିଲ ହୋଇଥିଲେ।
ସେହିପରି ବାଲେଶ୍ୱର ଜିଲ୍ଲାରେ ବି ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ, ବହୁ ସଂଖ୍ୟାରେ ନେତା, କର୍ମୀ ଓ ସାଧାରଣ ଲୋକେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଦୌଡ଼ିଥିଲେ।
.
from Odisha Reporter https://ift.tt/2piQjUh
No comments:
Post a Comment