ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନଙ୍କ ହଟ୍ ଓ ବୋଲ୍ଡ ଅନ୍ଦାଜ ସମସ୍ତଙ୍କୁ ଦିୱାନା କରିଦେଇଛି। ଅନେକ ଦିନ ହେବ ବଲିଉଡର ଏହି ଲୈଲାଙ୍କର କିଛି ଭଲ ଫିଲ୍ମ ଆସିନି କି କିଛି ଗୀତ ବି ସେମିତି ହିଟ୍ ହୋଇନାହିଁ। ଅନେକ ଦିନ ହେବ ସେ ପରଦାରୁ ଦୂରେଇ ଅଛନ୍ତି। ହେଲେ ଏବେ ଖୁବ୍ଶୀଘ୍ର ସନ୍ନିଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖ୍ବାକୁ ମିଳିବ। ନିଜର ବୋଲ୍ଡ ଅନ୍ଦାଜ ପାଇଁ ଜଣାଶୁଣା ସନ୍ନିଙ୍କୁ ଏବେ କଥକ ନୃତ୍ୟ କରୁଥିବା ଦେଖିବାରୁ ମିଳିବ।
ସୂଚନା ଅନୁଯାୟୀ ସନ୍ନି ଲିଓନ ଏକ ଗ୍ରୁପ୍ ଡ୍ୟାନ୍ସ ‘ଅଭିମନ୍ୟୁ’ରେ ପର୍ଫମ କରିବେ। ଏହି ଡ୍ୟାନ୍ସକୁ ଜଣାଶୁଣା କଥକ ନୃତ୍ୟଶିଳ୍ପୀ ସନ୍ଦିପ ମହାବୀର କୋରିଓଗ୍ରଫି କରିବେ। ଏହି ନୃତ୍ୟ ସନ୍ନିଙ୍କ ପାଇଁ ଏକ ଭିନ୍ନ ଅନୁଭବ ହେବ। ନିଜ ଡ୍ୟାନ୍ସକୁ ଭଲ କରିବା ପାଇଁ ସେ ଅନେକ ପରିଶ୍ରମ କରୁଛନ୍ତି। ଦିନକୁ ପାଖାପାଖି ୧୨ ଘଣ୍ଟା ନୃତ୍ୟ ଅଭ୍ୟାସ କରୁଛନ୍ତି।
ନିଜ ନୃତ୍ୟ ଓ ଅଭିନୟରେ ସେ ଦର୍ଶକଙ୍କ ମନ ଜିତିବାକୁ ଅପ୍ରାଣ ଉଦ୍ୟମ ଚଲାଇଛନ୍ତି। ଏହି ବିଶେଷ ନୃତ୍ୟ ପାଇଁ ସେ ବିଶେଷ ଆଉଟଫିଟ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି। ସୂଚନା ଅନୁଯାୟୀ ସନ୍ନି ୧୫ କିଲୋ ଓଜନର ଏକ ଲେହେଙ୍ଗା ପିନ୍ଧି ଡ୍ୟାନ୍ସ କରିବେ।
ସନ୍ନି ନିଜର ଏହି ପର୍ଫମାନ୍ସକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଆଉ ଏ ଖବର ଯେବେଠୁ ସାମ୍ନାକୁ ଆସିଲାଣି ସେବେଠୁ ଦର୍ଶକ ମଧ୍ୟ ତାଙ୍କୁ ନୂଆ ଅବତାରରେ ଦେଖିବା ପାଇଁ ବେଶ୍ ଉତ୍ସାହିତ।
from Odisha Reporter https://ift.tt/2BY4519
No comments:
Post a Comment