‘ଶୁଭଶ୍ରୀଙ୍କ ମୃତ୍ୟୁ ପାଇଁ ପବନ ବିରୋଧରେ ମାମଲା ରୁଜୁ ହେବା ଦରକାର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 5, 2019

‘ଶୁଭଶ୍ରୀଙ୍କ ମୃତ୍ୟୁ ପାଇଁ ପବନ ବିରୋଧରେ ମାମଲା ରୁଜୁ ହେବା ଦରକାର’

ଚେନ୍ନାଇ: ତାମିଲନାଡୁର ଶାସକ ଦଳ ଏଆଇଏଡିଏମକେ ନେତା ସି ପୋନ୍ନଅୟନ ଗତକାଲି ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇଛନ୍ତି। ସେ କହିଛନ୍ତି ନିକଟରେ ଚେନ୍ନାଇରେ ହୋର୍ଡିଂ ଖସିପଡ଼ି ମୃତ୍ୟୁ ଘଟିଥିଲା ୨୩ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରୀ ଶୁଭଶ୍ରୀଙ୍କର। ଏହି ମାମଲାରେ ତାଙ୍କ ସହଯୋଗୀ ଜେୟଗୋପାଲଙ୍କ ବିରୋଧରେ ମାମଲା ରୁଜୁ ହେବା ପରିବର୍ତ୍ତେ ପବନ ବିରୋଧରେ ଏତଲା ଦେବା ଦରକାର।

ସି ପୋନ୍ନଅୟନ, ଏଆଇଏଡିଏମକେ ନେତା

ସେ କହିଛନ୍ତି ହୋର୍ଡିଂ ସମସ୍ତେ ଲଗାଉଛନ୍ତି। କାହାର ଅଘଟଣକୁ ଚିନ୍ତା କରି କେହି ହୋର୍ଡିଂ ଲଗାନ୍ତି ନାହିଁ। ଏମିତିକି ଶୁଭଶ୍ରୀଙ୍କ ମୃତ୍ୟୁ ପାଇଁ ଜେୟଗୋପାଲ ହୋର୍ଡିଂ ଲଗାଇନଥିଲେ ବୋଲି ପୋନ୍ନଅୟନ କହିଛନ୍ତି। ପବନ ଜୋରରେ ବହିବା ଏବଂ ଶୁଭଶ୍ରୀଙ୍କ ଦୁଃଭାର୍ଗକୁ ସେ ଦାୟୀ କରିଛନ୍ତି। ତେଣୁ ତାଙ୍କର ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହେବା ବଦଳରେ ପବନ ବିରୋଧରେ ମାମଲା ରୁଜୁ ହେବା ଦରକାର ବୋଲି ପୋନ୍ନଅୟନ ସାକ୍ଷାତକାର ବେଳେ କହିଛନ୍ତି।

ସୂଚନାଯୋଗ୍ୟ, ଗତମାସ ଶେଷ ସପ୍ତାହରେ ହୋର୍ଡଂ ଖସିପଡ଼ିବାରୁ ନିକଟରେ ଚେନ୍ନାଇରେ ଜଣେ ୨୩ ବର୍ଷୀୟ ଇଂଜିନିୟରିଂ ଛାତ୍ରୀ ଶୁଭଶ୍ରୀଙ୍କର ମୃତ୍ୟୁ ଘଟିଥିଲା। ଏହି ହୋର୍ଡିଂଟି ଶାସକ ଦଳ ଏଆଇଏଡିଏମକେ ନେତା ଜୟଗୋପାଲ ତାଙ୍କ ଘରର ଏକ କାର୍ଯ୍ୟକ୍ରମ ପାଇଁ ଲଗାଇଥିଲେ। ରାସ୍ତାରେ ଗାଡ଼ି ଚଢ଼ି ଶୁଭଶ୍ରୀ ଯାଉଥିବା ବେଳେ ହୋର୍ଡିଂଟି ତାଙ୍କ ଉପରେ ଖସିପଡ଼ିଥିଲା। ଶେଷରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାପରେ ହୋର୍ଡିଂ ଲଗାଇଥିବା ଶାସକ ଦଳର ନେତା ଜେୟଗୋପାଲଙ୍କୁ ସେପ୍ଟେମ୍ୱର ୨୭ରେ ଗିରଫ କରିଥିଲା ପୁଲିସ୍।



from Odisha Reporter https://ift.tt/2Vg2k8k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages