ବିନୋଦ ଖାନ୍ନାଙ୍କୁ ମନେ ପକାଇଲେ ସଲ୍‌ମାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 7, 2019

ବିନୋଦ ଖାନ୍ନାଙ୍କୁ ମନେ ପକାଇଲେ ସଲ୍‌ମାନ୍‌

ମୁମ୍ବାଇ: ଚଳିତ ବର୍ଷ ଡିସେମ୍ବର ମାସରେ ରିଲିଜ୍ ହେବାକୁ ଥିବା ସଲ୍‌ମାନ୍‌ ଖାନ୍‌ଙ୍କ ଫିଲ୍ମ ‘ଦବଙ୍ଗ ୩’ର ଶୁଟିଂ ଶେଷ ହୋଇଯାଇଛି। ରବିବାର ଏହାର ଶୁଟିଂ ଶେଷ ହୋଇଥିବା ନେଇ ସଲ୍‌ମାନ୍‌ ‘ଚୁଲ୍‌ବୁଲ୍ ପାଣ୍ଡେ’ ନାମରେ ଥିବା ଏକ ଟ୍ୱିଟର୍ ଆକାଉଣ୍ଟରେ ସୂଚନା ଦେଇଛନ୍ତି।

ଗତକାଲି ଟ୍ୱିଟର୍‌ରେ ସେ ଏକ ଭିଡିଓ ପୋଷ୍ଟ୍ କରି ‘ଦବଙ୍ଗ ୩’ର ଶୁଟିଂ ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି। ଏଥିରେ ସେ ସ୍ୱର୍ଗତ ବଲିଉଡ୍ ଅଭିନେତା ବିନୋଦ ଖାନ୍ନାଙ୍କୁ ମଧ୍ୟ ମନେ ପକାଇଛନ୍ତି। ସେ କହିଛନ୍ତି,“ଆଜି ହେଉଛି ‘ଦବଙ୍ଗ ୩’ର ଶେଷ ଦିନ। ଆଉ ଖୁସିର କଥା ହେଉଛି ଯେ ଆଜି ଆମ ଭି.କେ ସାର୍‌ ଅର୍ଥାତ୍ ବିନୋଦ ଖାନ୍ନା ସାର୍‌ଙ୍କ ଜନ୍ମଦିନ। ତେଣୁ ଆଜି ଆମ ପ୍ରଜାପତି ପାଣ୍ଡେଙ୍କ ଜନ୍ମଦିନ। ଏହା ଏକ ସଂଯୋଗ ଯେ ଆଜି ଆମ ଫିଲ୍ମର ଶୁଟିଂ ଶେଷ ହୋଇଛି।”

ଏହି ଭିଡିଓରେ ସଲ୍‌ମାନ୍‌ଙ୍କ ସହିତ ଫିଲ୍ମର ନିର୍ଦ୍ଦେଶକ ପ୍ରଭୁ ଦେବା ଓ ଅନ୍ୟ କ୍ର୍ୟୁ ମେମ୍ବରମାନେ ଉପସ୍ଥିତ ଅଛନ୍ତି।

ସୂଚନାଯୋଗ୍ୟ, ‘ଦବଙ୍ଗ’ ସିରିଜ୍‌ର ପ୍ରଥମ ଦୁଇଟି ଫିଲ୍ମରେ ଚୁଲ୍‌ବୁଲ୍ ପାଣ୍ଡେଙ୍କ ବାପା ଚରିତ୍ର (ପ୍ରଜାପତି ପାଣ୍ଡେ)ରେ ବିନୋଦ ଖାନ୍ନା ଅଭିନୟ କରିଥିଲେ। ‘ଦବଙ୍ଗ ୩’ରେ ଏହି ଚରିତ୍ରରେ ବିନୋଦ ଖାନ୍ନାଙ୍କ ଭାଇ ପ୍ରମୋଦ ଅଭିନୟ କରିଛନ୍ତି।

‘ଦବଙ୍ଗ ୩’ରେ ପ୍ରଭୁ ଓ ସଲ୍‌ମାନ୍‌ ଦ୍ୱିତୀୟ ଥର ପାଇଁ ମିଳିତ ଭାବେ କାମ କରିଛନ୍ତି। ଏହା ପୂର୍ବରୁ ୨୦୦୯ରେ ଆସିଥିବା ହିଟ୍ ଫିଲ୍ମ ‘ୱାଣ୍ଟେଡ୍‌’ରେ ସେମାନେ ଏକାଠି କାମ କରିଥିଲେ। ଏହାର ନିର୍ଦ୍ଦେଶନା ବି ପ୍ରଭୁ ଦେବା ଦେଇଥିଲେ।

ସଲ୍‌ମାନ୍ ଖାନ୍ ଫିଲ୍ମସ ଓ ଅର୍‌ବାଜ୍ ଖାନ୍‌ ପ୍ରଡକ୍ସନ୍‌ରେ ‘ଦବଙ୍ଗ ୩’ ତିଆରି ହୋଇଛି। ଡିସେମ୍ବର ୨୦ ତାରିଖରେ ଏହାକୁ ରିଲିଜ୍ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଛି।



from Odisha Reporter https://ift.tt/358KGYB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages